ଏବେ ବି ଚାଲିଛି କଙ୍ଗାରୁ କୋର୍ଟ, ନ୍ୟାୟ ମାଗୁଛନ୍ତି ୧୩ ପରିବାର

ଛେଣ୍ଡିପଦା, (ବଡ଼ ଖବର ବ୍ୟୁରୋ): ପୂର୍ବ ପୁରଷରୁ ଚାଲିଥିବା ସାମାଜିକ ସଂସ୍କାରର ବଶବର୍ତ୍ତୀ ହୋଇ ଏବେ ବି କିଛି ଗାଁରେ ଚାଲିଛି କଙ୍ଗାରୁ କୋର୍ଟ । ଏହି କୋର୍ଟର ନିଷ୍ପତ୍ତି ଗାଁ ଲୋକେ ମାନିବାକୁ ବାଧ୍ୟ । ନହେଲେ ଦୋଷୀକୁ ସାମାଜିକ ବାସନ୍ଦ କରାଯାଇଥାଏ । ଏପରିକି ଦୋଷୀଙ୍କ ସମେତ ତାଙ୍କର ପରିବାର ଲୋକମାନଙ୍କୁ ଗାଁରେ ନିଆଁ, ପାଣି, ଦୋକାନ, ବଜାର ବାରଣ କରାଯାଇଥାଏ । ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଜରପଡ଼ା ଥାନା ସାନ୍ତାରାପୁର ଗ୍ରାମରେ ।
ଗାଁରେ କଙ୍ଗାରୁ କୋର୍ଟ ବସି ୪ମାସ ହେବ ୧୩ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଛି । ଏହି ୧୩ଟି ପରିବାର ବିରୋଧରେ ବିଭିନ୍ନ ଅଭିଯୋଗକୁ ନେଇ ବାସନ୍ଦ କରାଯାଇଛି। ବାସନ୍ଦ ହୋଇଥିବା ପରିବାର ପକ୍ଷରୁ ଏହାର ସମାଧାନ ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗ୍ରାମର କିଛି ମୁଷ୍ଟିମେୟ ଲୋକ ସେମାନଙ୍କୁ ଗାଁ ନଳକୂଅକୁ ବ୍ୟବହାର ପାଇଁ ବାରଣ କରିଛନ୍ତି । ଗାଁ ଦୋକାନରୁ ସଉଦା ନେବା ପାଇଁ ମଧ୍ୟ ବାରଣ କରାଯାଇଛି । ଏପରିକି ଛୋଟ ଛୋଟ ପିଲାମାନଙ୍କୁ ଗ୍ରାମରେ ଟିଉସନ ଦେଇପାରୁ ନାହାନ୍ତି କି ସାଙ୍ଗସାଥୀମାନଙ୍କ ସହିତ ଖେଳି ମଧ୍ୟ ପାରୁନାହାନ୍ତି। ସେମାନେ ଦୋକାନକୁ ଗଲେ ମଧ୍ୟ ଦୋକାନୀ ଜିନିଷ ନ ଦେଇ ଫେରାଇ ଦେଉଛନ୍ତି । ଦୀର୍ଘ ୪ ମାସରୁ ଉଦ୍ଧ୍ୱର୍ ବିତିଯାଇଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରିପାରୁନାହିଁ ।
ଏହି ବିବାଦର ସମାଧାନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ବାସନ୍ଦ ହୋଇଥିବା ପରିବାର ଅଭିଯୋଗ କରିଥିଲେ। ଏହି ଘଟଣା ସଂପର୍କରେ ଜରପଡ଼ା ଥାନା ଅଧିକାରୀ ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ସାନ୍ତରାପୁର ଗ୍ରାମରୁ ଆଜି ପର୍ୟ୍ୟନ୍ତ ସାମାଜିକ ବାସନ୍ଦ ହୋଇଥିବା କୌଣସି ଅଭିଯୋଗ ଆସିନାହିଁ। ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଦୁଇ ପୋଲିସ ଅଫିସର ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିଥିଲେ । କେବଳ ନଳକୂଅ ଅପରିଷ୍କାର ହେଉଥିବାରୁ ସେଠାରେ ଗାଧୋଇବା, ବାସନ ମାଜିବା ଆଦି କାର୍ୟ୍ୟ ନକରିବା ପାଇଁ ଗ୍ରାମର ସମସ୍ତଙ୍କୁ ବାରଣ କରାଯାଇଛି ବୋଲି ପ୍ରକାଶ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ