ଟାଙ୍ଗୀ-ଚୌଦ୍ୱାର,(ବଡ଼ ଖବର ବ୍ୟୁରୋ):

ଚୌଦ୍ୱାର ର ଐତିହାସିକ କୁମାରପୂର୍ଣ୍ଣିମା ରୂପ ଯାତ୍ରା ଚଳିତ ବର୍ଷ କରୋନା କଟକଣା ମଧ୍ୟ ରେ ନିଡାମ୍ବର ସହ ଆରମ୍ଭ ହୋଇଯାଇଛି ।ମହାଲକ୍ଷ୍ମୀ, ମା” ଦୁର୍ଗା,ହରପାର୍ବତୀ ଆଦି ବିଭିନ୍ନ ଦେବା ଦେବୀ ୪୦ ପୂଜା ମଣ୍ଡପ ରେ ମୃଣ୍ମୟୀ ପ୍ରତିମା ପୂଜାପାଉଛନ୍ତି । କରୋନା କଟକଣା ପାଇଁ ସରକାରଙ୍କ ନୀତିନିୟମ ଅନୁଯାୟୀ ପରଦା ଢାଙ୍କି ପୂଜାର୍ଚ୍ଚନା ଯଥା ବିଧିରେ ଚାଲିଛି ।

ସୁନ୍ଦର ତୋରଣ ଓ ଆଲୋକ ସଜ୍ଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ବିଭିନ୍ନ ପୂଜା ମଣ୍ଡପ ରେ ଅନୁଷ୍ଠିତ ହୋଇଥାଏ । କୁମାରପୂର୍ଣ୍ଣିମା ୪ ଦିନରେ ମୃଣ୍ମୟୀ ମୂର୍ତ୍ତି ଗୁଡିକ ଭଷାଣି ଅନୁଷ୍ଠିତ ହୋଇଥାଏ , କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ପୂଜା ମଣ୍ଡପ ଗୁଡିକରେ ୪ଫୁଟ ଉଚ୍ଚତା ପ୍ରତିମା ମାନ ନିର୍ମାଣ କରାଯାଇ ପରଦା ଢାଙ୍କି ପୂଜା କରାଯାଉଛି ।

୪୦ ପୂଜା ମଣ୍ଡପ ରେ କୌଣସି ପ୍ରକାରର ଆଲୋକସଜ୍ଜା,ତୋରଣ କିମ୍ବା ଆଡମ୍ବରରେ ପାଳନ ହୋଇ ନଥିବା ଦେଖିବାକୁ ମିଳିଛି, ପୂର୍ବରୁ ସ୍ଥିର କରାଯାଇଥିବା ୨ଦିନ ଭଷାଣି କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରାଯାଇ ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୩ତାରିଖ ମଙ୍ଗଳବାର ସମସ୍ତ ୪୦ ଗୋଟି ମେଢ ପୂଜା ମଣ୍ଡପ ରୁ ବିନା ରୋଷଣୀରେ ରୂପଯାତ୍ରା ପଡିଆକୁ ଆସିବେ ପଡିଆରେ ଯାତ୍ରା କମିଟି ତରଫରୁ ଛନ୍ଦା ଭୋଗ ଗ୍ରହଣ କରି ନିର୍ମାଣ ହୋଇଥିବା ଅସ୍ଥାୟୀ ପୁଷ୍କରିଣୀ ରେ ବିସର୍ଜନ କରାଯିବ ବୋଲି ଚୌଦ୍ୱାର ରୂପଯାତ୍ରା ଦଶହରା କମିଟିର ସଭାପତି ସୁବୋଧ କୁମାର ନାୟକ ପ୍ରକାଶ କରିଛନ୍ତି ।

ମଠ ସାହି,ପ୍ରଧାନ ସାହି,ମରହଟ୍ଟା ସାହି,ତଳ ବଜାର,ବଡ଼ ବଜାର,ପ୍ରତାପ ନଗର,ଲକ୍ଷ୍ମୀନାରାୟଣ ସାହି,ନୂଆ ସାହି,କୁମ୍ଭୀର ସାହି,କମାର ସାହି,
ମହାଜନ ସାହି,ମଙ୍ଗଳା ସାହି,କପାଳେଶ୍ବର (ବେହେରା ସାହି),ନବଗ୍ରହ ସାହି,ବଉଳେଇ ସାହି,ଖର୍ଦା ସାହି,ଗୁପ୍ତଶ୍ବର ସାହି,ବାହ୍ମଣ ସାହି (ଏ ), ତିନିକୋଣିଆ ବଜାର, ବାହ୍ମଣ ସାହି( ବି ),
ମହାଲକ୍ଷ୍ମୀ ସାହି,ଓଟିଏମ୍ ଦୁର୍ଗା ବଜାର,ଗୋବିନ୍ଦଜିଉ ପାଟଣା,ବଡ଼ ବଜାର( ବି ),ଏଟିଏମ୍ ବଜାର,କଳିଙ୍ଗ ବଜାର,ବନିକା,ମୁଣ୍ଡମାଳ,ଗଙ୍ଗାଧର ବଜାର,ବିରାଟ ବଜାର ,
କପାଳେଶ୍ବର ,  ଶବର ସାହି,ପରିଡ଼ା ସାହି,ଗାନ୍ଧୀ ଛକ ,ମହାବୀର ବଜାର,ହେଙ୍ଗୁଳେଇ ସାହି,କପାଳେଶ୍ବର (ନୂଆ ସାହି), ସାମଲ ସାହି,ବିରୂପା ବ୍ୟାରେଜ୍,କପାଳେଶ୍ବର ହରିଜନ ସାହି ର ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ।

ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ପୋଲିସ୍ ପ୍ରଶାସନ ତରଫରୁ ୩ତାରିଖ ଦିନ ୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଚୌଦ୍ୱାର ଥାନା ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *