Masthead

ହାର ମାନିଲେନି ମାସୁଦ, ଦେଲେ ଯୁଦ୍ଧ ଡାକରା

କାବୁଲ(ବଡ଼ ଖବର ବ୍ୟୁରୋ):    ଆଫଗାନିସ୍ତାନକୁ ଜବରଦଖଲ କରିଥିବା ତାଲିବାନ ପଞ୍ଜଶିରକୁ ଦଖଲ କରିଥିବା ନେଇ ଦାବି କରିଛି । ହେଲେ ଏହାକୁ ଖଣ୍ଡନ କରିଛନ୍ତି ଏନଆରଏଫର ମୁଖ୍ୟ ଅହମଦ ମାସୁଦ । ତାଲିବାନକୁ କଡା ଟକ୍କର ଦେଇ ଆଫଗାନୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ପାକିସ୍ତାନ ଓ ତାଲିବାନ ମିଳିତ ଭାବେ ପଞ୍ଜଶିର ଉପରେ ଆକ୍ରମଣ କରିଥିବା ନେଇ ସେ କହିଛନ୍ତି ।

ମାସୁଦ ନିଜେ ଫେସବୁକରେ ନିଜର ଏକ ଭିଡିଓ ସେୟାର କରି କହିଛନ୍ତି , ପଞ୍ଜଶିରରେ ନ୍ୟାସନାଲ ରେଜିଷ୍ଟାନ ଫ୍ରଣ୍ଟ ବିଭିନ୍ନ ସ୍ଥାନରେ ମୁତାୟନ ହୋଇଛନ୍ତି ଓ ସେମାନେ ତାଲିବାନୀଙ୍କ ବିରୋଧରେ ଲଢେଇ ଜାରି ରଖିଛନ୍ତି । ପଞ୍ଜଶିରରେ ଥିବା ଆଫଗାନଙ୍କ ଉପରେ ପାକିସ୍ତାନ ସିଧାସଳଖ ଆକ୍ରମଣ କରିଛି । ସାରା ବିଶ୍ୱ ଏବେ ତାଲିବାନ ବିରୋଧରେ ଚୁପ ରହିଛି । ହେଲେ ଆମେ ଆମ ଲଢେଇ ଜାରି ରଖିବୁ । ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ଆମେ ଆମ ଲଢେଇ ଜାରି ରଖିବୁ ।

ମାସୁଦ ଟୁଇଟ ଜରିଆରେ ନିଜ ବାର୍ତ୍ତା ଦେଇଛନ୍ତି ଯେ, ଆପଣମାନେ ସମସ୍ତେ ନିଜର ଧର୍ମ,ନିଜର ସମ୍ମାନ ଓ ନିଜର ଦେଶ ପାଇଁ ଲଢେଇ କରନ୍ତୁ । ନିଜର ସ୍ୱାଧୀନତା କେବେ ବି କାହା ହାତରେ ଟେକି ଦିଅନ୍ତୁ ନାହିଁ । ତେବେ ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟର ମୁଖପାତ୍ର ଫୈମଙ୍କ ଅନେକ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ