Masthead

ଏନସିବି ହେପାଜତରେ ଆର୍ୟ୍ୟନଙ୍କ ରାତି 

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଗତକାଲି ଶାହାରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନ ଏନସିବି ହେପାଜତରେ ଥିଲେ  । ଏନସିବି ହେପାଜତରେ ଆର୍ୟ୍ୟନ ଖାନଙ୍କ ରାତି କଟିଲା । ମୁମ୍ବାଇର ହାଇପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିଲେ ଆର୍ୟ୍ୟନ ଖାନ  ।  ଏନସିବି ହେପାଜତରେ ଥିଲେ ଶାହାରୁଖ ଖାନଙ୍କ ପୁଅ ଆର୍ୟ୍ୟନଙ୍କ ସମେତ ୩ ଜଣ । ମୁମ୍ବାଇ କୋର୍ଟ ଆର୍ୟ୍ୟନ ସମେତ ତିନି ଅଭିଯୁକ୍ତଙ୍କୁ ଗୋଟିଏ ଦିନ ପାଇଁ ଏନସିବି ହେପାଜତକୁ ପଠାଇ ଦେଇଥିଲେ । ଏହି ଘଟଣା ପରେ ସଲମାନ ଖାନ ତାଙ୍କୁ ଭେଟିବା ପାଇଁ ଯାଇଥିଲେ ବୋଲି ଜଣାପଡିଛି ।

ବିଳମ୍ବିତ ରାତିରେ ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା । ପାର୍ଟି ଆୟୋଜନ କରାଯାଇଥିବା ୬ ଜଣ ବ୍ୟକ୍ତିଙ୍କୁ ହାଜର ହେବା ପାଇଁ ସମନ୍ ଜାରି କରାଯାଇଥିଲା । ଚଢ଼ାଉ ସମୟରେ ଅନେକ ପ୍ରକାରର ଡ୍ରଗ୍ସ ବା ନିଶା ସାମଗ୍ରୀ ଜବତ ହୋଇଥିଲା ଜଣାପଡ଼ିଛି । ସେହିପରି ଅଟକଙ୍କ ମଧ୍ୟରେ ୩ ଜଣ ଯୁବତୀ ଅଛନ୍ତି, ଯେଉଁମାନେ ବଡ଼ ବଡ଼ ଉଦ୍ୟୋଗପତିଙ୍କ ଝିଅ ବୋଲି ଜଣାପଡ଼ିଛି । ଏନ୍‌ସିବିର ଚଢ଼ାଉ ବେଳେ ଜାହାଜ ଭିତରେ ୬୦୦ ଜଣ ହାଇପ୍ରୋଫାଇଲ୍‌ ଲୋକ ଉପସ୍ଥିତ ଥିଲେ । ଏନ୍‌ସିବି ୩୦ ଗ୍ରାମ ଚରସ, ୨୦ ଗ୍ରାମ କୋକିନ୍‌, ୨୫ ଗ୍ରାମ୍‌ ଏମ୍‌ଡିଏମ୍‌ ଡ୍ରଗ୍ସର ଟାବଲେଟ୍‌ ଏବଂ ପ୍ରାୟ ୧୦ ଗ୍ରାମ୍‌ ଏମ୍‌ଡି ଡ୍ରଗ୍ସ ଜବତ କରିଛି ।  ମୁମ୍ବାଇରୁ ଗୋଆ ଯାଉଥିବା ଏକ ଲକ୍ସଜରୀ କ୍ରୁଜରେ ଏହି ଘଟଣା ଘଟିଥିଲା  । ତେବେ ଏନ୍ସିବି ତଦନ୍ତ ପରେ ହିଁ ଜଣାପଡିବ ଏମାନେ ସମସ୍ତ ଡ୍ରଗ୍ସ ସେବନ କରିଥିଲେ କି ନାହିଁ  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି