Masthead

କାୟା ବିସ୍ତାର କରୁଛି ଏଡିନୋ ଭାଇରସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ମାତିଲା ଏଡିନୋ ଭାଇରସ୍ । ଚାଲିଗଲା ୧୦ ଶିଶୁଙ୍କ ଜୀବନ । ରୋଗୀକୁ ଛୁଇଁଲେ, ହାତ ମିଳାଇଲେ ସଂକ୍ରମଣ ବ୍ୟାପୁଛି । କରୋନା ଭାଇରସ ପରେ ଏଡିନୋ ଭାଇରସକୁ ନେଇ ଭାରତରେ ନୂଆ ବିପଦ ସୃଷ୍ଟି ହୋଇଛି । ୪୮ ଘଣ୍ଟା ମଧ୍ୟରେ ଏଡିନୋ ଭାଇରସରେ ୧୦ ଜଣ ନବଜାତ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ବୟସ ୩ ବର୍ଷ ମଧ୍ୟରେ ରହିଥିବା ବେଳେ ସେମାନଙ୍କଠାରେ ଏଡିନୋ ଭାଇରସର ଲକ୍ଷଣ ଦେଖିବାକୁ ମିଳିଥିଲା ।

କୋଲକାତା ୨ଟି ହସ୍ପିଟାଲରେ ୪ ଜଣ ଓ ବାଙ୍କୁରା ମେଡିକାଲରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏହାଫଳରେ ଗତ ଦୁଇମାସ ମାସରେ ଏଡିନୋ ଭାଇରସ କାରଣରୁ ମୃତ୍ୟୁସଂଖ୍ୟା ୪୫ରେ ପହଞ୍ଚଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜାରି କରିଛି । ସୂଚନା ଅନୁସାରେ ଏହା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ଭାଇରସ କାରଣରୁ ୧୨ ଜଣ ମୃତ୍ୟୁବରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଅନ୍ୟ ବିମାରୀ କାରଣରୁ ପ୍ରାଣ ହରାଇଥିବା ଏକ ସରକାରୀ ବୟାନରେ କୁହାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟରେ କଲବଲ କରୁଛି ଶୀତ 🔴 ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 କାର୍‌କୁ ଘୋଷାଡ଼ି ନେଇଗଲା ହାଇୱା 🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ରାଜ୍ୟରେ କଲବଲ କରୁଛି ଶୀତ 🔴 ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 କାର୍‌କୁ ଘୋଷାଡ଼ି ନେଇଗଲା ହାଇୱା 🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ