Masthead

ଆରପିଏଫ ଯବାନଙ୍କ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଯୋଡ଼ା (ବଡ଼ ଖବର ବ୍ୟୁରୋ): ବାଂଶପାଣି ରେଳ ଷ୍ଟେସନରେ ଆରପିଏଫ ଯବାନଙ୍କ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ମୃତ୍ୟୁ ପରେ ସ୍ଥାନୀୟ ବସ୍ତି ବାସିନ୍ଦା ଉତ୍ତ୍ୟକ୍ତ ହୋଇ ରେଳ ଷ୍ଟେସନ ଓ ଆରପିଏଫ ବାରାକରେ ଭଙ୍ଗାରୁଜା କରିଛନ୍ତି । ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ୩ ଆରପିଏଫ ଯବାନ ଗୁରୁତର ହୋଇଛନ୍ତି । ବୁଧବାର ସନ୍ଧ୍ୟାରେ ଲକ୍ଷ୍ମଣ ପାତ୍ର ୨ ନମ୍ବର ରେଳ ସାଇଡିଂକୁ ଯାଇଥିଲେ ।

ତେବେ ସେଠାରେ ଆରପିଏଫ୍ ଯବାନମାନେ ତାଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମାରିଥିଲେ । ଘଟଣାସ୍ଥଳରେ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାର ହେବାପରେ ସ୍ଥାନୀୟ ଲୋକେ ତାତିଥିଲେ । କୋଇଲା ହଟିଂ, ଭଞ୍ଜହଟିଂ ଓ ରାଧା ହଟିଂର ଶତାଧିକ ମହିଳା ପୁରୁଷ ସଂଘବଦ୍ଧ ଭାବରେ ଷ୍ଟେସନରେ ପଶି ବିଭିନ୍ନ ରେକର୍ଡ ପତ୍ର, ଆସବାବପତ୍ର ନଷ୍ଟ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ସିଗନାଲ ପାନେଲକୁ ମଧ୍ୟ ଭାଙ୍ଗିଦେଇଥିଲେ ଲୋକେ ।ଏଥିସହ ଆରପିଏଫ ଯବାନମାନଙ୍କୁ ଅତର୍କୀତ ଆକ୍ରମଣ କରିଥିଲେ । ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ୪ଜଣ ଆରପିଏଫ ଯବାନ ଓ ଜଣେ ଏସ୍ ଆଇ ଗୁରୁତର ଆହତ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା