ମୁହଁ ଖୋଲିଲେ ଜେଲ: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଓଡ଼ିଶାରେ ହିଟଲରି ଶାସନ ଚାଲିଛି । ଏ ସରକାରର ଗୋଟେ ଟ୍ରେଣ୍ଡନସି ହୋଇଛି ଯେଉଁମାନେ ସରକାର ବିରୁଦ୍ଧରେ କହୁଛନ୍ତି, ତାଙ୍କ ପୁରୁଣା କେସ ବାହାର କରାଯାଉଛି । ତାଙ୍କ ଘରେ ରେଡ଼ କରାଯାଉଛି । ତାଙ୍କ ପରିବାର ଲୋକଙ୍କ ବିରୋଧରେ ଛୋଟ ମୋଟ ଘଟଣାରେ ୩୦୭ ଭଳି ଦଫା ଲଗା ଯାଉଛି । ତାଙ୍କୁ ବାଧ୍ୟ କରାଯାଉଛି ମାସ ମାସ ଜେଲରେ ରହିବାକୁ । ଏ ସରକାର ଓଡ଼ିଶାରେ ହିଟଲରି ଶାସନ ଚଳାଇଛନ୍ତି । ଜନ ସାଧାରଣଙ୍କୁ ଦମନ କରିବାକୁ ଚାହୁଁଛନ୍ତି । ଜଗନ୍ନାଥଙ୍କ ମାଟିର ଲୋକେ ୟାକୁ କେବେ ବରଦାସ୍ତ କରିବେନି । ନବ ଦାସ ହତ୍ୟାକାଣ୍ଡରେ ଏସଆଇଟି ତଦନ୍ତ କଂଗ୍ରେସର ଦାବି ରହିଛି ।

ସରକାର କ୍ରାଇମବ୍ରାଞ୍ଚକୁ ଢାଲ କରି କେସକୁ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି । କ୍ରାଇମବ୍ରାଞ୍ଚ ଟ୍ରାକ ରେକର୍ଡ ବହୁତ ଖରାପ । କ୍ରାଇମବ୍ରାଞ୍ଚ ୧୮୯ କେସରେ ତଦନ୍ତ କରିଥିବା ବେଳେ ୬୩ ରୁ ଉର୍ଦ୍ଧ୍ବ କେସରେ ଚାର୍ଜସିଟ ବି ଦେଇ ପାରିନି । ମାତ୍ର ୩୩ ପ୍ରତିଶତ କେସରେ ହିଁ ଚାର୍ଜ ସିଟ ଦେଇଛି । କେମିତି କ୍ରାଇମବ୍ରାଞ୍ଚକୁ ବିଶ୍ଵାସ କରାଯାଇ ପାରିବ ? ଗୃହରାଷ୍ଟ୍ର ମନ୍ତ୍ରୀ କହିଲେ ଷଡ଼ଯନ୍ତ୍ର ହୋଇଛି, ତେବେ ସେ ଦିଗରେ ଦଫା ଲାଗିନି କି ତଦନ୍ତ ହେଉନି । ବିଧାନସଭାର ଦ୍ୱିତୀୟ ପର୍ୟ୍ୟାୟରେ କଂଗ୍ରେସ ନବ ଦାସଙ୍କ ପ୍ରସଙ୍ଗକୁ ଆହୁରି ଜୋରସୋର କରି ଉଠେଇବ ବୋଲି କେଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ