Masthead

ମହାରାଷ୍ଟ୍ରରେ ଅଘଟଣ: କାନ୍ଥ ଭୁଶୁଡ଼ି ୧୧ ମୃତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ବଡ଼ ଧରଣର ଅଘଟଣ । କାନ୍ଥ ଭୁଶୁଡ଼ି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶନିବାର ଚେମ୍ବୁରର ଭାରତ ନଗର ଅଞ୍ଚଳରେ ଘଟିଛି ଏଭଳି ଅଘଟଣ। ଭୂସ୍ଖଳନ ଯୋଗୁ କାନ୍ଥ ଭୁଶୁଡ଼ି ପଡିଥିବା ଜଣାପଡିଛି । ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଆହୁରି କିଛି ଲୋକ ଫସି ରହିଥିବାରୁ ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ସହ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ପ୍ରବଳ ବର୍ଷା ହେବା ଫଳରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଣି ଭରିଯାଇଛି । ପୂରା ମୟାନଗରୀ ଏବେ ଜଳମୟ । ଫଳରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାଆସିବା କରିପାରୁ ନାହାନ୍ତି ଲୋକେ। ଶନିବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଚାରିଆଡ଼େ ଖାଲି ପାଣି ପାଣି ନଜର ଆସୁଛି ।

 ଗାନ୍ଧୀ ମାର୍କେଟ ରାସ୍ତାରେ ପାଣି ଭରି ଯାଇଛି । ଏତେ ପାଣି ଯେ ବସର ଟାୟାର ପର୍ଯ୍ୟନ୍ତ ବୁଡ଼ି ରହିଛି । ଏହା ବ୍ୟତୀତ ଭାରତୀୟ ରବଳାଇ ସେବା ଉପରେ ମଧ୍ୟ ବର୍ଷା ପ୍ରଭାବ ପକାଇଛି । ମୁମ୍ବାଇର ବିଭିନ୍ନ ରେଳ ଟ୍ରାକ୍ ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଛି । ମୁମ୍ବାଇର ଚୁନାଭଟ୍ଟୀ ରେଳ ଷ୍ଟେସନ ନିକଟରେ ଟ୍ରାକରେ ପ୍ରବଳ ପାଣି ଜମି ରହିଛି । ଟ୍ରାକରେ ପାଣି ଭରିଥିବାରୁ ଟ୍ରେନ୍ ଅଟକି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ