Masthead

ମହାରାଷ୍ଟ୍ରରେ ଅଘଟଣ: କାନ୍ଥ ଭୁଶୁଡ଼ି ୧୧ ମୃତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ବଡ଼ ଧରଣର ଅଘଟଣ । କାନ୍ଥ ଭୁଶୁଡ଼ି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶନିବାର ଚେମ୍ବୁରର ଭାରତ ନଗର ଅଞ୍ଚଳରେ ଘଟିଛି ଏଭଳି ଅଘଟଣ। ଭୂସ୍ଖଳନ ଯୋଗୁ କାନ୍ଥ ଭୁଶୁଡ଼ି ପଡିଥିବା ଜଣାପଡିଛି । ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଆହୁରି କିଛି ଲୋକ ଫସି ରହିଥିବାରୁ ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ସହ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ପ୍ରବଳ ବର୍ଷା ହେବା ଫଳରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଣି ଭରିଯାଇଛି । ପୂରା ମୟାନଗରୀ ଏବେ ଜଳମୟ । ଫଳରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାଆସିବା କରିପାରୁ ନାହାନ୍ତି ଲୋକେ। ଶନିବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଚାରିଆଡ଼େ ଖାଲି ପାଣି ପାଣି ନଜର ଆସୁଛି ।

 ଗାନ୍ଧୀ ମାର୍କେଟ ରାସ୍ତାରେ ପାଣି ଭରି ଯାଇଛି । ଏତେ ପାଣି ଯେ ବସର ଟାୟାର ପର୍ଯ୍ୟନ୍ତ ବୁଡ଼ି ରହିଛି । ଏହା ବ୍ୟତୀତ ଭାରତୀୟ ରବଳାଇ ସେବା ଉପରେ ମଧ୍ୟ ବର୍ଷା ପ୍ରଭାବ ପକାଇଛି । ମୁମ୍ବାଇର ବିଭିନ୍ନ ରେଳ ଟ୍ରାକ୍ ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଛି । ମୁମ୍ବାଇର ଚୁନାଭଟ୍ଟୀ ରେଳ ଷ୍ଟେସନ ନିକଟରେ ଟ୍ରାକରେ ପ୍ରବଳ ପାଣି ଜମି ରହିଛି । ଟ୍ରାକରେ ପାଣି ଭରିଥିବାରୁ ଟ୍ରେନ୍ ଅଟକି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ