Masthead

ପର୍ଯ୍ୟଟକ ଦେଖିବେ ଜାତୀୟ ଉଦ୍ୟାନର ଶ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । ପ୍ରତିଦିନ ୫ ଶହ ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନ ଭିତରକୁ ଛଡାଯିବ ବୋଲି କୁହାଯାଇଛି । ଆବଶ୍ୟକ ଟିକେଟ ୱେବସାଇଟ ଓ କାଉଣ୍ଟରରୁ କିଣିପାରିବେ ପର୍ଯ୍ୟଟକ । ଚଳିତ ବର୍ଷ ଭିତରକନିକାରେ ୧୦୩ଟି କୁମ୍ଭୀରବସା ଓ ୩ ହଜାର ଛୁଆକୁମ୍ଭୀର ଜନ୍ମ ନେଇଛନ୍ତି । କରୋନା କଟକଣା ଭିତରେ ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯାଉଛି । କୁମ୍ଭୀରମାନଙ୍କର ମିଳନ ଓ ବସାବାନ୍ଧିବା କାରଣ ପାଇଁ ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିଥିଲା ଏହି ଜାତୀୟ ଉଦ୍ୟାନ । ପରେ କରୋନାରୁ ଅକ୍ଟୋବର ୧୮ପର୍ୟ୍ୟନ୍ତ ଭିତରକନିକା ବନ୍ଦ କରାଯାଇଥିଲା ।

ଅକ୍ଟୋବର ପହିଲାରୁ ଆଂଶିକ ଖୋଲାଥିଲା ଭିତରକନିକା ଜାତୀୟ ଉଦ୍ୟାନ । କେବଳ ରାତ୍ରିରହଣୀ ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯାଉଥିଲା। ପାର୍କ ଭିତର ଏବେ ମରାମତି ହୋଇଯାଇଛି । ପୂଜାଛୁଟି ସମୟରେ ପଡୋଶୀ ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରୁ ପର୍ୟ୍ୟଟକ ଆସିଥାନ୍ତି। ଆଶା ଏଥର ବି ଆସିବେ । ୪୦ଜଣ ସ୍ଥାନୀୟ ତାଲିମପ୍ରାପ୍ତ ଯୁବକ ଗାଇଡ଼ ଭାବେ ପର୍ୟ୍ୟଟକଙ୍କୁ ଭ୍ରମଣରେ ସାହାଯ୍ୟ କରିବେ । ଶୀତ ଆସୁଥିବାରୁ ବିଦେଶୀ ପକ୍ଷୀଙ୍କ ଆଗମନ ହେଲାଣି । ବେସରକାରୀ ସଂସ୍ଥାମାନଙ୍କୁ ପର୍ୟ୍ୟଟକଙ୍କ ରହଣୀ ପାଇଁ ଅନୁମତି ଦିଆଯାଇଛି। ସବୁ ଦୃଷ୍ଟିରୁ ଏବେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ପ୍ରସ୍ତୁତ ବୋଲି ବନବିଭାଗ ଅଧିକାରୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା