ବେଆଇନ ବିସ୍ଫୋରଣରେ ଫାଟିଲା ୨୦୦ଘର

କୋଣାର୍କ(ବଡ଼ ଖବର ବ୍ୟୁରୋ): ଅଏଲ ଇଣ୍ଡିଆ କର୍ମଚାରୀ ଫଟାଇଲେ ଗାଁ ର ୨୦୦ ରୁ ଉଦ୍ଧ୍ୱର୍ ଘର । ଇନ୍ଧନର ସନ୍ଧାନରେ ଅଏଲ ଇଣ୍ଡିଆ କମ୍ପାନୀ ଦ୍ଵାରା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଚାଲିଛି ସର୍ଭେ । ଓଡିଶା ବାହାରୁ ଆସିଥିବା ଠିକା ସଂସ୍ଥାର ଶ୍ରମିକମାନେ ଏହି ସର୍ଭେ କାର୍ଯ୍ୟରେ ଲିପ୍ତ ଅଛନ୍ତି । ପ୍ରାକୃତିକ ତୈଳ ଓ ଗ୍ୟାସର ସନ୍ଧାନରେ ଏହି ସଂସ୍ଥା ସ୍ୟାଟେଲାଇଟ, ମ୍ୟାପ ସାହାଯ୍ୟରେ ସର୍ଭେ କରିବା ସହ ଡ଼ିନାମାଇଟର ବ୍ୟବହାର କରି ବିଭିନ୍ନ ସ୍ଥାନରେ ମାଟି ଖୋଳୁଛନ୍ତି । ଗତ ୨୭ରେ ଗୋପ ବ୍ଳକ ଆମ୍ବିଳି ଗାଁରେ ଅଏଲ ଇଣ୍ଡିଆ କମ୍ପାନୀ ଦ୍ଵାରା ଗୋଟିଏ ବିଲରେ ଏକା ସାଙ୍ଗରେ ୩ଟି ଡ଼ିନାମାଇଟ ଲଗାଇ ୩ଟି ଗାତ କରାଯାଇଛି । ଡ଼ିନାମାଇଟର ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଗାଁର ପାଖାପାଖି ୨୦୦ ରୁ ଉଦ୍ଧ୍ୱର୍ ଘରର ଛାତ, କାନ୍ଥ, ମନ୍ଦିରର ଆଜବେଷ୍ଟ ସମେତ ବିଭିନ୍ନ ଜିନିଷ କ୍ଷୟକ୍ଷତି ହୋଇଛି ।

ଗାଁରେ ଜୋରରେ ଶବ୍ଦ ହେବାରୁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ । ଘଟଣାସ୍ଥଳରୁ ଅଏଲ ଇଣ୍ଡିଆ କର୍ମଚାରୀମାନେ ଭୟରେ ଖସି ପଳାଇଥିଲେ । ଅଏଲ ଇଣ୍ଡିଆ କର୍ମଚାରୀ ଅନ୍ୟ ଏକ ଗାଁରେ ଖୋଳିବାକୁ ଯାଉଥିବା ଖବର ପାଇ ଗାଁ ଲୋକେ କର୍ମଚାରୀଙ୍କୁ ଗାଁକୁ ଆଣି ୫ଟି ଗାଡି ସହ କର୍ମଚାରୀଙ୍କୁ ଅଟକ ରଖିଥିଲେ । କୋଣାର୍କ ଥାନାକୁ ଖବର ଦିଆଯିବାରୁ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଅଧିକାରୀ ଗାଁ ଲୋକଙ୍କୁ ବୁଝାଇବା ସହ କ୍ଷୟକ୍ଷତି ହୋଇଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ