Masthead

ବେଆଇନ ବିସ୍ଫୋରଣରେ ଫାଟିଲା ୨୦୦ଘର

କୋଣାର୍କ(ବଡ଼ ଖବର ବ୍ୟୁରୋ): ଅଏଲ ଇଣ୍ଡିଆ କର୍ମଚାରୀ ଫଟାଇଲେ ଗାଁ ର ୨୦୦ ରୁ ଉଦ୍ଧ୍ୱର୍ ଘର । ଇନ୍ଧନର ସନ୍ଧାନରେ ଅଏଲ ଇଣ୍ଡିଆ କମ୍ପାନୀ ଦ୍ଵାରା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଚାଲିଛି ସର୍ଭେ । ଓଡିଶା ବାହାରୁ ଆସିଥିବା ଠିକା ସଂସ୍ଥାର ଶ୍ରମିକମାନେ ଏହି ସର୍ଭେ କାର୍ଯ୍ୟରେ ଲିପ୍ତ ଅଛନ୍ତି । ପ୍ରାକୃତିକ ତୈଳ ଓ ଗ୍ୟାସର ସନ୍ଧାନରେ ଏହି ସଂସ୍ଥା ସ୍ୟାଟେଲାଇଟ, ମ୍ୟାପ ସାହାଯ୍ୟରେ ସର୍ଭେ କରିବା ସହ ଡ଼ିନାମାଇଟର ବ୍ୟବହାର କରି ବିଭିନ୍ନ ସ୍ଥାନରେ ମାଟି ଖୋଳୁଛନ୍ତି । ଗତ ୨୭ରେ ଗୋପ ବ୍ଳକ ଆମ୍ବିଳି ଗାଁରେ ଅଏଲ ଇଣ୍ଡିଆ କମ୍ପାନୀ ଦ୍ଵାରା ଗୋଟିଏ ବିଲରେ ଏକା ସାଙ୍ଗରେ ୩ଟି ଡ଼ିନାମାଇଟ ଲଗାଇ ୩ଟି ଗାତ କରାଯାଇଛି । ଡ଼ିନାମାଇଟର ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଗାଁର ପାଖାପାଖି ୨୦୦ ରୁ ଉଦ୍ଧ୍ୱର୍ ଘରର ଛାତ, କାନ୍ଥ, ମନ୍ଦିରର ଆଜବେଷ୍ଟ ସମେତ ବିଭିନ୍ନ ଜିନିଷ କ୍ଷୟକ୍ଷତି ହୋଇଛି ।

ଗାଁରେ ଜୋରରେ ଶବ୍ଦ ହେବାରୁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ । ଘଟଣାସ୍ଥଳରୁ ଅଏଲ ଇଣ୍ଡିଆ କର୍ମଚାରୀମାନେ ଭୟରେ ଖସି ପଳାଇଥିଲେ । ଅଏଲ ଇଣ୍ଡିଆ କର୍ମଚାରୀ ଅନ୍ୟ ଏକ ଗାଁରେ ଖୋଳିବାକୁ ଯାଉଥିବା ଖବର ପାଇ ଗାଁ ଲୋକେ କର୍ମଚାରୀଙ୍କୁ ଗାଁକୁ ଆଣି ୫ଟି ଗାଡି ସହ କର୍ମଚାରୀଙ୍କୁ ଅଟକ ରଖିଥିଲେ । କୋଣାର୍କ ଥାନାକୁ ଖବର ଦିଆଯିବାରୁ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଅଧିକାରୀ ଗାଁ ଲୋକଙ୍କୁ ବୁଝାଇବା ସହ କ୍ଷୟକ୍ଷତି ହୋଇଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା