Masthead

୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ, ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ର ତାରିଖ ଘୋଷଣା କଲେ ନିର୍ବାଚନ କମିଶନର । ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ଓ ତେଲେଙ୍ଗାନା ପାଇଁ ତାରିଖ ଘୋଷଣା । ନଭେମ୍ବରର ଦ୍ୱିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ମତଦାନ । ସୂଚନା ମୁତାବକ, କେବଳ ଛତିଶଗଡରେ ଦୁଇଟି ପର୍ୟ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଅନ୍ୟ ୪ଟି ରାଜ୍ୟରେ ଗୋଟିଏ ପର୍ୟ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତାରିଖ ଗୁଡିକ ହେଉଛି,ମିଜୋରାମ – ନଭେମ୍ବର ୭ ତାରି,ମଧ୍ୟପ୍ରଦେଶ – ନଭେମ୍ବର ୧୭ ତାରିଖ,ରାଜସ୍ଥାନ – ନଭେମ୍ବର ୨୩ ତାରି,ତେଲେଙ୍ଗାନା – ନଭେମ୍ବର ୩୦ ତାରିଖ, ଛତିଶଗଡ – ନଭେମ୍ବର ୭ ତାରିଖ ଏବଂ ନଭେମ୍ବର ୧୭ ତାରିଖ,ସମସ୍ତ ରାଜ୍ୟର ଭୋଟ୍ ଫଳାଫଳ – ଡିସେମ୍ବର ୩ ତାରିଖ ।ମୁଖ୍ୟ ନିର୍ବାଚନ ଆୟୋଗକଙ୍କ ସୂଚନା ମୁତାବକ, ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ମୋଟ ୬୭୯ ବିଧାନସଭା ସିଟ୍ ରହିଛି । ଯେଉଁଠି ୧୬.୧୪ କୋଟି ଲୋକ ନିଜର ସରକାର ନିର୍ଦ୍ଧାରଣ କରିବେ । ଏହି ୫ଟି ରାଜ୍ୟରେ ମୋଟ ୮.୨ କୋଟି ପୁରୁଷ ଭୋଟର ଥିବାବେଳେ, ୭.୮ କୋଟି ମହିଳା ଭୋଟର ଅଛନ୍ତି । ତେବେ ଏଥର ନିର୍ବାଚନରେ ୬୦.୨ ଲକ୍ଷ ନୂଆ ଭୋଟର ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ରାଜୀବ କୁମାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ