Masthead

ହୀରାକୁଦରେ ୧୨ ଗେଟ୍‌ ଖୋଲା, ଲଘୁଚାପ ଆଣିପାରେ ବନ୍ୟା !

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଏବେ ପାଣି ଉବୁଟୁବୁ ହେଲାଣି। ସର୍ବାଧିକ ୬୩୦ଫୁଟ ଜଳ ଧାରଣ କ୍ଷମତା ଥିବାବେଳେ ଏହାର ୯୮%ରୁ ଅଧିକ ଏବେ ଭରିଗଲାଣି। ଏବେ ୬୨୯.୩୩ ଫୁଟରେ ଜଳ ସ୍ତର ଥିବାବେଳେ ଘଣ୍ଟାକୁ ଘଣ୍ଟା ପାଣି ବଢ଼ୁଛି। ତେଣୁ ଡ୍ୟାମ୍ କର୍ତ୍ତୃପକ୍ଷ ଅଧିକ ଗେଟ୍ ଖୋଲିଛନ୍ତି। ଏବେ ୧୨ଟି ‌ଗେଟ୍‌ ଦେଇ ପାଣି ଛଡ଼ା ଯାଉଥିବା ବେଳେ ଅଧିକ ଗେଟ୍‌ ଖୋଲିବାକୁ ଯୋଜନା ହୋଇଛି।

ପୁଣି ଆସନ୍ତା ସପ୍ତାହରେ ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ଆଶଙ୍କା ଥିବାରୁ ସବୁ ଡ୍ୟାମ୍ ଓ ନଦୀରେ ଜଳସ୍ତର ବଢ଼ିପାରେ। ଫଳରେ ରାଜ୍ୟରେ ବଡ଼ ବନ୍ୟାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ହୀରାକୁଦରେ ଡ୍ୟାମକୁ ସେକେଣ୍ଡ୍‌ ପିଛା ୧,୪୯,୦୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା ବେଳେ ସେକେଣ୍ଡ ପିଛା ୨,୨୫,୩୦୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ମୁଣ୍ଡୁଳିରେ ସେକେଣ୍ଡ ପିଛା ୨,୩୬,୧୯୨ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଯେଉଁଥିପାଇଁ ଏବେ ମହାନଦୀ ଓ ଶାଖା ନଦୀ ଫୁଲିବାରେ ଲାଗିଛି। ବହୁ ତଳିଆ ଅଞ୍ଚଳରେ ପାଣି ମାଡ଼ିଲାଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ