ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ମଣିପୁରରେ ହୋଇଥିବା ମହିଳାଙ୍କ ପ୍ରତି ଅତ୍ୟାଚାର ବିରୋଧରେ କେନ୍ଦ୍ର ମହିଳା ଆଦିବାସୀ ସଂଗଠନ ନିର୍ଦ୍ଦେଶରେ ଆସନ୍ତା କାଲି ଝାରସୁଗୁଡା ଜିଲ୍ଲାରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ଝାରସୁଗୁଡା ଜିଲ୍ଲା ମହିଳା ଆଦିବାସୀ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ବନ୍ଦ ଡାକରାରେ ଦୋକାନ ବଜାର, ସ୍କୁଲ କଲେଜ, ବସ ଟ୍ରକ ଚଳାଚଳ ବନ୍ଦ ରଖିବା ପାଇଁ ନିବେଦନ କରିଛନ୍ତି । ଆଦିବାସୀ ମହିଳାଙ୍କ ସମେତ ସବୁ ବର୍ଗର ମହିଳା ଓ ପୁରୁଷ ଏହି ବନ୍ଦ ଡାକରା ସହଯୋଗ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ର ମହିଳା ଆଦିବାସୀ ସଂଗଠନ ।