Masthead

ସୋସିଆଲ ମିଡିଆରେ ଦେବାଦେବୀଙ୍କ ଫଟୋକୁ ବିକୃତ କରିବା ପ୍ରତିବାଦରେ ୧୨ ଘଣ୍ଟିଆ ଖଡିଆଳ ବନ୍ଦ

ଖଡିଆଳ(ବଡ଼ ଖବର ବ୍ୟୁରୋ): ହିନ୍ଦୁ ଦେବାଦେବୀଙ୍କୁ ଅଶ୍ଳୀଳ ଏବଂ ଅପମାନ ସୂଚକ ଭିଡିଓ ଫେସବୁକରେ ପୋଷ୍ଟ ଘଟଣା ନେଇ ସମସ୍ତ ହିନ୍ଦୁ ସଙ୍ଗଠନ ପକ୍ଷରୁ ଖଡିଆଳ ବନ୍ଦ ଡାକରା ଦିଆଯାଇଛି । ଖଡିଆଳ ସହର ଜଣେ ମୁସଲମାନ ଯୁବକ ହିନ୍ଦୁ ଦେବାଦେବୀଙ୍କୁ ଅଶ୍ଳୀଳ ଏବଂ ଅପମାନ ସୂଚକ ଭିଡିଓ ଫେସବୁକରେ ପୋଷ୍ଟ କରିଥିଲେ ।

ଏହି ଘଟଣା ନେଇ ସମସ୍ତ ହିନ୍ଦୁ ସଙ୍ଗଠନ ପକ୍ଷରୁ ଖଡିଆଳରେ ବନ୍ଦ ପାଳିତ ହୋଇଛି। ଏହି ବନ୍ଦ ପାଳନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ସ୍କୁଲ, କଲେଜ, ବନ୍ଦ ରହିଛି। ଏହି ଉପଲକ୍ଷେ ଅନୁଷ୍ଠାନ ସଦସ୍ୟମାନେ ବାଇକରେ ପେକେଟିଙ୍ଗ କରିଥିବା ବେଳେ ଖଡିଆଳ ଥାନା ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧର୍ମ ଏବଂ ସମ୍ପ୍ରଦାୟକୁ ଆକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ସଙ୍ଗଠନ ପକ୍ଷରୁ ପ୍ରକାଶ ।

ଏହି ବନ୍ଦ ପାଳନରେ ବସ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଥିବା ବେଳେ ୩୫୩ ନମ୍ୱର ଜାତୀୟ ରାଜପଥ ମଧ୍ୟ ସ୍ୱାଭାବିକ ରହିଛି। ଖଡିଆଳ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସମସ୍ତ ଛକ ଏବଂ ଜନଗହଳି ସ୍ଥାନରେ ପୋଲିସ ମୁତୟନ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ