Masthead

ସୁଦାନରୁ ଫେରିଲେ ଓଡ଼ିଆ ପୁଅ

ପୁରୀ (ବଡ଼ ଖବର ବ୍ୟୁରୋ): ସୁଦାନରୁ ଫେରିଲେ ଓଡ଼ିଆ ପୁଅ । ସୁଦାନରୁ ସୁରକ୍ଷିତ ଫେରିଲେ ଓଡ଼ିଶାର ଯୁବକ ଆଦର୍ଶ ବେହେରା । ଭୁବନେଶ୍ବର‌ରେ ପହଞ୍ଚିବା ପରେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମୋତେ ସୁଦାନରୁ ସୁରକ୍ଷିତ ଫେରାଇ ଆଣିବାରେ କେନ୍ଦ୍ର ଓ ଓଡ଼ିଶା ସରକାର ଯେଉଁଭଳି ପଦକ୍ଷେପ ନେଇଛନ୍ତି , ସେଥିପାଇଁ ମୁଁ ଆଜୀବନ କୃତଜ୍ଞ ରହିବି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି । ମୋତେ ସେନାର କର୍ମଚାରୀ ଭାବି ଅପହରଣ କରି ନିଆଯିବା ପରେ ପ୍ରଥମ ୪ ଦିନ ଜଙ୍ଗଲରେ ରଖାଯାଇଥିଲା ।  ପରେ ଦେଢ଼ ମାସ କାଳ ଜେଲରେ ରଖାଯାଇଥିଲା । ବଞ୍ଚିବି କି ନାହିଁ ତାହା ଜାଣିନଥିଲି। ଦିନେ ଖାଇଲେ ପର ଦିନ ଓପାସରେ ରହୁଥିଲି। ମୋତେ ମାରପିଟ କରୁଥିଲେ।

କିନ୍ତୁ ଭାରତୀୟ ବୋଲି ଜାଣିବା ପରେ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖା ଦେଇଥିଲା । ସେମାନଙ୍କ ଭିତରୁ କିଛି ଭଲ ଲୋକେ ମୋତେ ବହୁତ ସାହାଯ୍ୟ କରିଥିଲେ। ସେମାନଙ୍କ ମୋବାଇଲରୁ ମୁଁ ପରିବାର ସହ ଯୋଗାଯୋଗ କରିଥିଲି । ସେ ନିଜ ପୁଅକୁ ପାଖରେ ପାଇ କାନ୍ଦିପକାଇଲେ ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଟାରୁ ଉଦ୍ଧାର ହୋଇଛନ୍ତି ଆଦର୍ଶ ବେହେରା। ସୁଦାନରେ ଗୃହଯୁଦ୍ଧ ଚାଲିଥିବା ବେଳେ ବିଦ୍ରୋହୀଙ୍କ ଦ୍ବାରା ଅପହରଣ ପରେ ପଣବନ୍ଦୀ ଥିବା ଜଗତସିଂହପୁର ଜିଲ୍ଲା  ତିର୍ତ୍ତୋଲ ବ୍ଲକ ତରଜଙ୍ଗା ପଞ୍ଚାୟତ କୋଟକଣାର ଆଦର୍ଶ ବେହେରାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ ଆମ ସରକାର ଯଥେଷ୍ଟ ସମ୍ବେଦନଶୀଳ ଅଛନ୍ତି  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ