Masthead

ହସଖୁସିର ମୂହୁର୍ତ୍ତକୁ ଧୋଇ ନେଇଗଲା ଦୁର୍ଘଟଣା

ଗଂଜାମ (ବଡ଼ ଖବର ବ୍ୟୁରୋ): ଆଖିରୁ ଶୁଖୁନି ଲୁହ । କାନ୍ଦ ବୋବାଳିରେ ଉଛୁଳି ପଡୁଛନ୍ତି ପରିବାର ଲୋକେ । ଗୋଟିଏ ନୁହେଁ କି ଦୁଇଟି ନୁହେଁ । ଗୋଟିଏ ପରିବାରରୁ ଏକା ସାଙ୍ଗରେ ୬ ଜଣଙ୍କର ଚାଲିଗଲା ମୁଣ୍ଡ । କିଏ ବାପାକୁ ହରେଇଲା ତ ଆଉ କିଏ ପୁଅକୁ, ତ ପୁଣି ଆଉ କାହା କୋଳ ଖାଲି ହୋଇଗଲା । ସଭିଏଁ ଭାବିଥିଲେ ବାହାଘରରେ ସାମିଲ ହୋଇ ଭୋଜିଭାତ ଖାଇ ଖୁସି ଖୁସି ଘରକୁ ଫେରିବେ । ହେଲେ ଏ ଖୁସି ବୋଧ ହୁଏ ବିଧାତାକୁ ମଂଜୁର ନଥିଲା ।ଇଏ ହେଉଛି ଦିଗପହଣ୍ଡିର ଭୟଙ୍କର ବସ ଦୁର୍ଘଟଣାର ପରର ଘଟଣା । ଯାହା ନେଇଥିଲା ୧୨ ଜଣଙ୍କର ଜୀବନ ।

ଯେଉଁଥିରେ ଆଖି ବୁଜିଛନ୍ତି ୬ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଜଣ କଅଁଳ ଶିଶୁ । ବିଳମ୍ବିତ ରାତିରେ ମୁହାଁମୁହିଁ ଧକ୍କା ହୋଇଥିଲା ଦୁଇଟି ବସ ।ବ୍ରହ୍ମପୁରରେ ଏକ ବାହାଘରରେ ସାମିଲ ହୋଇଥିବା ଲୋକଙ୍କୁ ନେଇ ଫେରୁଥିଲା ମିନିବସ୍ । ସମସ୍ତଙ୍କ ମନରେ ଥିଲା ବାହାଘରର ଉତ୍ସାହ । ହାତ ଗଣ୍ଠି ପଡିଲା । ବାହାଘର ହେଲା । ଲୋକେ ଭୋଜି ବି ଖାଇଲେ । ହେଲେ ନିମିଷକେ ସବୁ ଖୁସି ପାଣି ଫୋଟକା ପରି କୁଆଡେ ଉଭେଇ ଗଲା । ଆଉ ଦେଇଗଲା ବିଡମ୍ବନାର ପରିବେଶ । ବିପରିତ ଦିଗରୁ ଆସୁଥିଲା ଓଏସଆରଟିସି ବସ୍ । ଉଭୟ ବସ ବିଳମ୍ବିତ ରାତିରେ ମୁହାଁମୁହିଁ ଧକ୍କା ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ