Masthead

ଝାରସୁଗୁଡ଼ା ପାଇଁ ଆଉ ୧୨ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ଝାରସୁଗୁଡ଼ା ଉପନିର୍ବାଚନ । ସମଗ୍ର ନିର୍ବାଚନମଣ୍ଡଳୀ ପାଇଁ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ବିଜେଡି ଦାୟିତ୍ୱ ଦେଇଛି । ଏବେ ବ୍ଲକ ଓ ପୌରାଞ୍ଚଳ ପାଇଁ ଆଉ ୫ଜଣ ପର୍ଯ୍ୟବେକ୍ଷକଙ୍କ ଉପରେ ଦଳ ଭରସା କରିଛି । ପ୍ରତି ବ୍ଲକରେ ୨ଜଣ ଲେଖାଏଁ ପର୍ଯ୍ୟନବେକ୍ଷକ ଥିବାବେଳେ ଝାରସୁଗୁଡ଼ା ମୁନିସିପାଲିଟି ପାଇଁ ୪ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । କିରିମିରା ବ୍ଲକ ଦାୟିତ୍ୱରେ ଅଛନ୍ତି ଅତନୁ ସବ୍ୟସାଚୀ ନାୟକ ଓ ଟୁକୁନି ସାହୁ ।

ନିରଞ୍ଜନ ପୂଜାରୀ ଓ ସରୋଜ ମେହେରଙ୍କୁ ଦିଆଯାଇଛି କୋଲାବିରା ବ୍ଲକ ଦାୟିତ୍ୱ । ସେହି ଭଳି ପଦ୍ମନାଭ ବେହେରା ଓ ଅରୁଣ ସାହୁ ବୁଝିବେ ଝାରସୁଗୁଡ଼ା ବ୍ଲକ । ପ୍ରତାପ ଦେବ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଦାୟିତ୍ୱରେ ଅଛିଲଇକେରା ବ୍ଲକ । ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ରିତା ସାହୁ ଝାରସୁଗୁଡ଼ା ମୁନିସିପାଲିଟି ଦାୟିତ୍ୱ ବୁଝିବେ । ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନିଯୁକ୍ତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ