‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’

ନିମାପଡ଼ା (ବଡ଼ ଖବର ବ୍ୟୁରୋ): ବଳଙ୍ଗା ନାବାଳିକା ପୋଡି ମୃତ୍ୟୁବରଣ ଘଟଣାରେ କଂଗ୍ରେସର ରଣହୁଙ୍କାର । ବଳଙ୍ଗାରୁ ନିମାପଡା ଯାଏଁ ନାରୀ ନ୍ୟାୟ ଯାତ୍ରା କରୁଛି ହାତ ଦଳ । ପିସିସି ସଭାପତି ଭକ୍ତ ଦାସଙ୍କ ତତ୍ୱବଧାନରେ ଚାଲିଛି ପଦଯାତ୍ରା । କବର ସ୍ଥଳିକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପୀଡିତାଙ୍କ ପରିବାରକୁ ଭେଟିବା ପରେ ଆରମ୍ଭ ହୋଇଥିଲା ଏହି ଯାତ୍ରା । ପରିବାର ଲୋକଙ୍କୁ ଭକ୍ତ ଭେଟିବା ପରେ କହିଛନ୍ତି କି ପୀଡିତାଙ୍କ ଅବସ୍ଥା ଯଦି ଗୁରୁତର ଥିଲା ତାହାଲେ କାହିଁକି ଦିଲ୍ଲୀରେ ତାଙ୍କ ବୟାନ ରେକଡ କରାଗଲା ।

କିଏ ପୋଲିସକୁ ଦେଲା ସେ ଅଧିକାର । ଆମ ଦଳର ବରିଷ୍ଠ ନେତୃତ୍ୱ ଯେତେବେଳେ ପୀଡିତାଙ୍କୁ ଜୀବିତ ଅବସ୍ଥାରେ ଭେଟିଥିଲେ ସେହିଦିନ ସେ କହିଥିଲେ କି ମୋତେ ତିନିଜଣ ପୋଡି ଦେଇଛନ୍ତି । ତେଣୁ ସେହି ତିନି ଅଭିଯୁକ୍ତ ଗଲେ କୁଆଡେ । ପୋଲିସ କାହାକୁ ସୁରକ୍ଷ ଦେଉଛି । ସରକାର ନୀରବ କାହିଁକି ? ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି।  ଭିଡ଼ିଓ ରେକର୍ଡିଂ ଦେଖାନ୍ତୁ ।  ନହେଲେ ୩ ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ।  ମିଛ କଥା କହି ସରକାର ଖସିଯିବେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’