Masthead

ରାଜଧାନୀରେ ପାଣି ଲିଟର ୧୦୨ ଟଙ୍କା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜଧାନୀରେ ପାଣି ଲିଟର ପିଛା ୧୦୨ ଟଙ୍କା। ଶୁଣିବାକୁ ଟିକେ ଅଲଗା ଲାଗୁଥିବ କିନ୍ତୁ ଏହା ସତ। ତେଲ ନୁହେଁ ପାଣି ଲିଟର ପିଛା ୧୦୨ ଟଙ୍କା। ଇଏ ସେହି ପାଣି ଯାହା ପେଟ୍ରୋଲ ପମ୍ପରେ ମିଳୁଛି । ତେଲ ଦର ନେଇ ଦେଉଛନ୍ତି ପାଣି । ସରକାର ତେଲରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଆୟ କରୁଥିବା ବେଳେ ତେଲ ଟାଙ୍କି ଦ୍ୱାରା ଲୁଟର ଶିକାର ହେଉଛନ୍ତି ସାଧାରଣ ଜନତା। ତେଲରେ ପାଣି ମିଶାଇ ଲୁଟ କରୁଥିବା ଅଭିଯୋଗ ଆଣିଛନ୍ତି କିଛି ଲୋକ।

ତେଲ ଟାଙ୍କିରେ ତେଲ ପକାଇବା ପରେ କିଛି ଲୋକଙ୍କର ଗାଡ଼ି ଷ୍ଟାର୍ଟ ହେଉନି। ଗ୍ୟାରେଜରେ ଦେଖାଇବା ପରେ କାର୍ବୋରେଟରରେ ପାଣି ପଶିଥିବା କହୁଛନ୍ତି ମେକାନିକ। ସଫାକରି ପୁଣି ଷ୍ଟାର୍ଟ କରିବାରୁ ବାରମ୍ବାର ବନ୍ଦ ହେଉଛି ଗାଡି। ଟାଙ୍କିରେ କିଛି ମଇଳା ଥିବା ସନ୍ଦେହ କରି ଟାଙ୍କି ଏବଂ ତେଲ ପାଇପ ଖୋଇଲା ବେଳକୁ ବାହାରୁଛି ପାଣି। ଯାହା ଦେଖି ଆଶ୍ଚର୍ୟ୍ୟ ହୋଇଥିଲେ ଚାଳକ ଜଣଙ୍କ। କିନ୍ତୁ ଆଶ୍ଚର୍ୟ୍ୟ ହୋଇନଥିଲେ ମେକାନିକ। ତାଙ୍କ କହିବା ଅନୁସାରେ ଗତ କିଛି ମାସ ହେବ ଏମିତି ଅନେକ ଗାଡି ଟାଙ୍କିରୁ ପାଣି ବାହାରୁଛି। ଏଥିରେ ତେଲ ଟାଙ୍କିର ଅବହେଳା ଅଥବା ସମ୍ପୃକ୍ତି ଥିବା କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା