Masthead

ମହିଳାଙ୍କୁ ପଶୁ ପରି ପିଟିଲା ନିର୍ଦ୍ଦୟ ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ):     ବନ୍ଧୁକ ମୁନରେ ସରକାର ଗଢିଥିବା ତାଲିବାନ ଏବେ ଆଫଗାନିସ୍ତାନରେ ନିଜ ହୁକୁମାତି ଆରମ୍ଭ କରିଛି । ଆଫଗାନିବାସୀଙ୍କୁ କଥା ଦେଇ ଶେଷରେ କଥା ରଖିଲାନି ତାଲିବାନ । ତାଲିବାନ ନିଜ ସରକାରରେ ମହିଳାମାନଙ୍କୁ ସ୍ଥାନ ମିଳିବ ବୋଲି ଆଫଗାନିବାସୀଙ୍କୁ ପ୍ରତିଶୃତି ଦେଇଥିଲା । ହେଲେ ଏବେ ତାଲିବାନର ଅସଲ ଚେହେରା ପଦାକୁ ଆସିଛି । ସରକାର ଗଢିବା ପରେ ମହିଳାଙ୍କୁ କୌଣସି ସ୍ଥାନ ମିଳି ନ ଥିବା ବେଳେ ସେମାନଙ୍କ ଅଧିକାରକୁ ଦଳି ମକଚି ଦିଆଯାଇଛି ।

ତାଲିବାନୀଙ୍କ ବନ୍ଧୁକ ମୁନକୁ ନ ଡରି ଏହା ବିରୋଧରେ ଗତକାଲି ରାସ୍ତାକୁ ଓହ୍ଲାଇ ନିଜ ଅଧିକାର ପାଇଁ ଲଢିଥିଲେ ବହୁ ଆଫଗାନି ମହିଳା । ଆମେ ଡରିବୁନି,ପଛକୁ ଫେରିବୁନି । ଆମେ ଆମ ମହିଳାଙ୍କ ସ୍ୱର,ନିଜ ଅଧିକାର ପାଇଁ ନିଜେ ଲଢିବୁ । ନିଜ ଅଧିକାର ପାଇଁ ରାସ୍ତାରେ ଏପରି ଗର୍ଜନ କରିଥିଲେ ଆଫଗାନି ମହିଳା । ହେଲେ ନିର୍ଦ୍ଦୟ ତାଲିବାନ ଏହାକୁ ସହଜରେ ସହ୍ୟ କରିପାରିନଥିଲା । ଶେଷରେ ଆନ୍ଦୋଳନକୁ ଓହ୍ଲାଇଥିବା ମହିଳା ଓ ଏହାକୁ କ୍ୟାମେରାରେ କଏଦ କରୁଥିବା ସାମ୍ବାଦିକକଙ୍କୁ ପଶୁ ପରି ପିଟିଥିଲା ତାଲିବାନ । ଏପରିକି ସେମାନେ ବନ୍ଧୁକ ମୁନରେ ଆନ୍ଦୋଳନକାରୀ ମହିଳାମାନଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ବେଳେ ସାମ୍ବାଦିକଙ୍କୁ ମଧ୍ୟ ଛାଡି ନାହାଁନ୍ତି ।

ତଥାପି ତାଲିବାନୀଙ୍କ ବନ୍ଧୁକ ମୁନକୁ ନଡରି ନିଜ ହକ୍ ପାଇଁ ଅନେକ ସ୍ଥାନରେ ମହିଳାମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ହେଲେ ମହିଳାଙ୍କ ଏଭଳି ବିକ୍ଷୋଭ ଯୋଗୁ ବିଚଳିତ ହୋଇପଡିଛି ତାଲିବାନୀ ଶାସକ । ସେଠାରେ ମୁତୟନ ଥିବା ତାଲିବାନୀ ଆତଙ୍କବାଦୀ ମହିଳାଙ୍କ ସହ ପଶୁପରି ବ୍ୟବହାର କରିଥିଲା । ଏପରିକି ସେମାନଙ୍କୁ ବନ୍ଧୁକ ଓ ବାଡିରେ ଆଖିବୁଝି ପିଟିଥିଲା । ତାଲିବାନ ସରକାର ଗଠନ କରିବା ପରେ ମହିଳାଙ୍କ ଅଧିକାର ଓ ସ୍ୱାଧୀନତା ଉପରେ ବହୁ ରୋକ୍ ଲଗାଇଛି । ସ୍କୁଲ,କଲେଜରେ ପୁଅ,ଝିଅ ଏକାଠି ପାଠ ପଢିପାରିବେନି,ସେମାନେ ନିଜ ଇଚ୍ଛାରେ ଡ୍ରେସ ପିନ୍ଧିପାରିବେନି । ଏଭଳି ନିୟମ ଯୋଗୁ ବହୁ ମହିଳା ନିଜ କାମକୁ ଫେରି ପାରୁ ନଥିବା ସହ ବେରୋଜଗାର ହୋଇପଡିଛନ୍ତି । ତେବେ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଆଫଗାନି ମହିଳା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ