Masthead

ପୋଖରୀ ଟଙ୍କା ଖାଇଗଲେ ସରପଞ୍ଚ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ଆଦର୍ଶ ପଞ୍ଚାୟତ ପୋଖରୀ ଖୋଳା ନାଆଁରେ ଚଞ୍ଚକତା। ଖୋଳା ନାଆଁରେ ହଜାର ହଜାର ଟ୍ରିପ ମାଟି ବିକିଦେଲେ ସରପଞ୍ଚ। ପୋଖରୀ ଅବସ୍ଥା ଯଥା ପୂର୍ବଂ ତଥା ପର। ପଞ୍ଚାୟତଟି ଦୁର୍ନୀତିରେ ବୁଡିରହିଥିବା ବେଳେ ଅଭିଯୋଗ କଲେ ବି ଶୁଣୁନି ପ୍ରଶାସନ। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀଙ୍କୁ ହାତବାରିସୀ କରି ସରପଞ୍ଚ ଲୁଟିଚାଲିଛନ୍ତି ସରକାରୀ ଯୋଜନା ଅର୍ଥ।

ପଞ୍ଚାୟତ କାର୍ଯ୍ୟାଳୟକୁ ଲାଗିଥିବା ଗୋବିନ୍ଦପୁର ପଦ୍ମପୋଖରୀକୁ ଆଦର୍ଶ ପୋଖରୀ କରିବା ପାଇଁ ଟି.ଏଫ.ସି ଓ ସି.ଏଫ.ସି ଫଣ୍ଡରୁ ୪ ଲକ୍ଷ ଟଙ୍କା ଲେଖାଏଁ ଆଠଲକ୍ଷ ଓ ଆମ ଗାଁ, ଆମ ବିକାଶ ଯୋଜନାରୁ ଦୁଇଲକ୍ଷ ସମୁଦାୟ ଦଶଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ପୋଖରୀ ଖୋଳା ନାଁରେ ପାଖ ଦଣ୍ଡା ତାଡି ହଜାର ହଜାର ଟ୍ରିପ୍ ମାଟି ବିକ୍ରି କରିଦିଆଯାଇଥିବା ଅଭିଯୋଗ ହୋଇଛି। ପୋଖରୀ ଦୁଇପାର୍ଶ୍ୱରେ ନିମ୍ନମାନର ତୁଠ ନିର୍ମାଣ କରାଯାଇଛି। ପୋଖରୀର ୯୦ପ୍ରତିଶତ ମାଟିକୁ ପୋଖରୀ ହୁଡା ଓ ପାଖ ଦଣ୍ଡାରେ ନପକାଇ ବିକ୍ରି କରିଦିଆଯାଇଛି।ପୋଖରୀରେ ଦଶଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏହା ଚଳନକ୍ଷମ ହୋଇପାରିନାହିଁ।

ଏସମ୍ପର୍କରେ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଖୋଦ ପଞ୍ଚାୟତର ସମିତି ସଭ୍ୟ ଓ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ପଞ୍ଚାୟତର କାର୍ଯ୍ୟନିର୍ବାହୀ, ଯନ୍ତ୍ରୀ ଓ ବିଡିଓଙ୍କୁ କରାୟତ କରି ପଞ୍ଚାୟତକୁ ଆସୁଥିବା ଜନକଲ୍ୟାଣ ଯୋଜନାକୁ ସରପଞ୍ଚ ଲୁଟିଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି।ବିଦ୍ୟାଳୟ ପାଚେରୀ ନିର୍ମାଣରେ ଚଞ୍ଚକତା କରାଯାଇଥିବାରୁ ପଞ୍ଚାୟତ କାର୍ୟ୍ୟନିର୍ବାହୀ ନାଁରେ ତିର୍ତ୍ତୋଲ ଥାନାରେ ଏତଲାକୁ ଦିଆଯାଇଛି।

ଦୁର୍ନୀତି ସମ୍ପର୍କରେ ପଞ୍ଚାୟତବାସୀ ବ୍ଲକ ଘେରାଉ କରିବା ସହ ବ୍ଲକ ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି ସାରିଛନ୍ତି ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି।ଘଟଣାର ଉଚ୍ଚସ୍ତରୀୟ କିମ୍ବା ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଯିବାକୁ ଦାବି ହୋଇଛି।ଦୁର୍ନୀତି ସମ୍ପର୍କରେ ସରପଞ୍ଚ ମୁହଁ ଖୋଲୁନଥିବାବେଳେ ଗଣମାଧ୍ୟମ ଆଗରେ ମତାମତ ନଦେବାକୁ ଜିଲ୍ଲାପାଳଙ୍କ ହୁଇପ ଜାରି କରିଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ