Masthead

‘ଚିକିତ୍ସା ଅବହେଳାରୁ ଦୁଷ୍ମନ୍ତଙ୍କ ମୃତ୍ୟୁ’

କଟକ (ବଡ଼ ଖବର ବ୍ୟୁରୋ):  ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟଣା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ରାତି ଅଧିଆ ଦୁଷ୍ମନ୍ତଙ୍କ ଶବ କରାଗଲା ବ୍ୟବଚ୍ଛେଦ । ପୁରୀ ସ୍ୱର୍ଗଦ୍ୱାରରେ କରାଗଲା ଶବ ସତ୍କାର । ଦୁଷ୍ମନ୍ତଙ୍କ ମରଶରୀରକୁ ଗାଁକୁ ନେବା ପାଇଁ ଯୋଜନା ଥିଲେ ମଧ୍ୟ ଗାଁ ନଯାଇ ପୁରୀ ସ୍ୱର୍ଗଦ୍ୱାରକୁ ନିଆଗଲା । ତେବେ ଗାଁକୁ କ’ଣ ପାଇଁ ନିଆଗଲା ନାହିଁ ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି ।

ବୁଧବାର ବିଧାନସଭା ଆଗରେ ହାତ କାଟି, ବିଷ ପିଇଥିଲେ ଦୁଷ୍ମନ୍ତ ଦାସ। ସେପଟେ ଚିକିତ୍ସା ଅବହେଳା ଯୋଗୁ ପୁଅର ମୃତ୍ୟୁ ହୋଇଥିବା କହିଛନ୍ତି ଦୁଷ୍ମନ୍ତଙ୍କ ମାଆ। ହେଲେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ସିବି କର୍ତ୍ତୃପକ୍ଷ । ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି ଯେ, ଏକ ଦୁର୍ଘଟଣାଜନିତ କାରଣରୁ ସେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅପରେସନ କରାଯାଇଥିଲା ।ଅପରେସନ ପରେ ପିଜିଓଥେରାପିରେ ଚିକିତ୍ସା ମଧ୍ୟ କରାଯାଉଥିଲା ।

ଏସ୍‌ସିବିରେ ତାଙ୍କର ସମସ୍ତ ଚିକିତ୍ସା ମାଗଣାରେ କରାଯାଇଥିଲା ।ତେବେ ଗତ ୬ ତାରିଖରେ ସେ ଏମ୍ସକୁ ଯିବେ ବୋଲି ନିଜ ତରଫରୁ ଜଣାଇଥିଲେ । ଗତକାଲି ହଠାତ୍ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରୁ ଏସସିବି ଅଣାଯାଇଥିଲା । ବିଷକ୍ରିୟା ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ