Masthead

ଆଫଗାନିସ୍ତାନରୁ ଭାରତ ଫେରିଲେ ୧୨୯ ଯାତ୍ରୀ

ଆଫଗାନିସ୍ତାନ କାବୁଲରୁ ଭାରତ ଫେରିଛନ୍ତି ଶତାଧିକ ଭାରତୀୟ । କାବୁଲରୁ ଶତାଧିକ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି । ୧୨୯ ଜଣ ଯାତ୍ରୀ ଭାରତ ଫେରିଥିବା ବେଳେ ଅଧିକାଂଶ ଭାରତୀୟ ବୋଲି ଜଣାପଡିଛି । ରବିବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଂଚିଛି ବିମାନ । କାବୁଲ ଓ ନୂଆଦିଲ୍ଲୀ, ମଧ୍ୟରେ ଏୟାର ଇଣ୍ଡିଆର ବିମାନ ଚଳାଚଳ ଜାରି ରହିବ ।

କାବୁଲକୁ ତାଲିବାନ ଦଖଲ କରିନେବା ପରେ ସହରର ସୁରକ୍ଷା ବିପନ୍ନ ହୋଇପଡ଼ିଛି । ଯଦିଓ କାବୁଲ ଏୟାରପୋର୍ଟ ଏବେ ବି ଆମେରିକା ସେନା ଅଧିନରେ ରହିଛି, କିନ୍ତୁ ଆଫଗାନିସ୍ତାନ ଆକାଶ ଅସୁରକ୍ଷିତ ହୋଇପଡ଼ିଥିବାରୁ ବେସାମରିକ ବିମାନ ଚଳାଇବା ବିପଦପୂର୍ଣ୍ଣ ହୋଇପଡ଼ିଛି । ତେବେ ଏୟାର ଇଣ୍ଡିଆ କାବୁଲକୁ ଉଡାଣ ବନ୍ଦ କରିନାହିଁ। ଆଜି ମଧ୍ୟ କାବୁଲ ଓ ଦିଲ୍ଲୀ ମଧ୍ୟରେ ବିମାନ ଚଳାଚଳ କରିବ ବୋଲି ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ