Masthead

ବିଜେପି ନେତା କିରିଟ ସୈାମ୍ୟାଙ୍କୁ ଉଠାଇନେଲା ପୋଲିସ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ରେଲୱେ ଷ୍ଟେସନରୁ ବିଜେପି ନେତାକୁ ଉଠାଇ ନେଇଛି ପୋଲିସ । ମହାରାଷ୍ଟ୍ରର ସତାରା ଜିଲ୍ଲାର କରାଡ ରେଲୱେ ଷ୍ଟେସନରୁ ପୋଲିସ ବିଜେପି ନେତା କିରିଟ ସୌମ୍ୟାଙ୍କୁ ଗିରଫ କରିଛି । କିରିିଟ ସୌମ୍ୟା ଆଜି କୋଲହାପୁର ଯାଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି । କୋଲହାପୁର ଜିଲ୍ଲା କଲେକ୍ଟର ତାଙ୍କ ବିରୋଧରେ ନିଷେଧାଦେଶ ଜାରି କରିଥିଲେ । ସେପ୍ଟେମ୍ବର ୨୦ ଏବଂ ୨୧ରେ ସମାବେଶକୁ ବାରଣ କରି ଜିଲ୍ଲାରେ ୧୪୪ ଧାରା ଲାଗୁ କରିଥିଲେ ।

ତେବେ ଏହା ପୂର୍ବରୁ ରବିବାର ଦିନ କିରିଟ ସୋମ୍ୟା ଅଭିଯୋଗ କରିଥିଲେ ଯେ ତାଙ୍କୁ ମୁମ୍ବାଇରୁ ନଜରବନ୍ଦି କରାଯାଇଛି । ସୂଚନା ବିଜେପି ନେତା ସୈାମ୍ୟା ସୋମବାର କୋଲହାପୁର ଗସ୍ତରେ ଯାଇଥାନ୍ତେ । ହେଲେ କୋଲହାପୁର ଜିଲ୍ଲାପାଳ ତାଙ୍କ ଯାତ୍ର ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସୂଚନା ଅନୁଯାଇ କିରିଟ ସୌମ୍ୟା ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ ଏକ ସଭାରେ ତାଙ୍କୁ କହିଥିଲେ, ‘ଠାକରେ ସରକାର କହିଛନ୍ତି, ଆପଣ ମୁମ୍ବାଇରୁ ବାହାରକୁ ଯାଇ ପାରିବେ ନାହିଁ । ଖାଲି ସେତିକି ନୁହେଁ ସୌମ୍ୟା କିଛି ଦିନ ତଳେ ଗ୍ରାମ ବିକାଶ ମନ୍ତ୍ରୀ ହସନ ମୁଶ୍ରିଫଙ୍କ ବିରୋଧରେ ବିଭିନ୍ନ ତଦନ୍ତ ଏଜେନ୍ସି ଗୁଡିକରେ ଅନେକ ମାମଲା ରୁଜୁ କରିଛନ୍ତି । ମନ୍ତ୍ରୀ ଓ ତାଙ୍କ ପରିବାର ବିରୋଧରେ ସେ ମନି ଲଣ୍ଡ୍ରିଂ ଅଭିଯୋଗ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ