Masthead

ବିଜେପି ନେତା କିରିଟ ସୈାମ୍ୟାଙ୍କୁ ଉଠାଇନେଲା ପୋଲିସ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ରେଲୱେ ଷ୍ଟେସନରୁ ବିଜେପି ନେତାକୁ ଉଠାଇ ନେଇଛି ପୋଲିସ । ମହାରାଷ୍ଟ୍ରର ସତାରା ଜିଲ୍ଲାର କରାଡ ରେଲୱେ ଷ୍ଟେସନରୁ ପୋଲିସ ବିଜେପି ନେତା କିରିଟ ସୌମ୍ୟାଙ୍କୁ ଗିରଫ କରିଛି । କିରିିଟ ସୌମ୍ୟା ଆଜି କୋଲହାପୁର ଯାଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି । କୋଲହାପୁର ଜିଲ୍ଲା କଲେକ୍ଟର ତାଙ୍କ ବିରୋଧରେ ନିଷେଧାଦେଶ ଜାରି କରିଥିଲେ । ସେପ୍ଟେମ୍ବର ୨୦ ଏବଂ ୨୧ରେ ସମାବେଶକୁ ବାରଣ କରି ଜିଲ୍ଲାରେ ୧୪୪ ଧାରା ଲାଗୁ କରିଥିଲେ ।

ତେବେ ଏହା ପୂର୍ବରୁ ରବିବାର ଦିନ କିରିଟ ସୋମ୍ୟା ଅଭିଯୋଗ କରିଥିଲେ ଯେ ତାଙ୍କୁ ମୁମ୍ବାଇରୁ ନଜରବନ୍ଦି କରାଯାଇଛି । ସୂଚନା ବିଜେପି ନେତା ସୈାମ୍ୟା ସୋମବାର କୋଲହାପୁର ଗସ୍ତରେ ଯାଇଥାନ୍ତେ । ହେଲେ କୋଲହାପୁର ଜିଲ୍ଲାପାଳ ତାଙ୍କ ଯାତ୍ର ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସୂଚନା ଅନୁଯାଇ କିରିଟ ସୌମ୍ୟା ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ ଏକ ସଭାରେ ତାଙ୍କୁ କହିଥିଲେ, ‘ଠାକରେ ସରକାର କହିଛନ୍ତି, ଆପଣ ମୁମ୍ବାଇରୁ ବାହାରକୁ ଯାଇ ପାରିବେ ନାହିଁ । ଖାଲି ସେତିକି ନୁହେଁ ସୌମ୍ୟା କିଛି ଦିନ ତଳେ ଗ୍ରାମ ବିକାଶ ମନ୍ତ୍ରୀ ହସନ ମୁଶ୍ରିଫଙ୍କ ବିରୋଧରେ ବିଭିନ୍ନ ତଦନ୍ତ ଏଜେନ୍ସି ଗୁଡିକରେ ଅନେକ ମାମଲା ରୁଜୁ କରିଛନ୍ତି । ମନ୍ତ୍ରୀ ଓ ତାଙ୍କ ପରିବାର ବିରୋଧରେ ସେ ମନି ଲଣ୍ଡ୍ରିଂ ଅଭିଯୋଗ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ