Before Header

ପାକିସ୍ତାନର ବିଜୟ ଉତ୍ସବ ପାଳନ କରୁଥିବା ବ୍ୟକ୍ତିଙ୍କୁ ଲାଗିବ ଦେଶଦ୍ରୋହ

0 29

ଗୋରଖପୁର(ବଡ଼ ଖବର ବ୍ୟୁରୋ): ପାକିସ୍ତାନ ବିଜୟ ଉତ୍ସବ ପାଳନ କରୁଥିବା ବ୍ୟକ୍ତିଙ୍କୁ ଲାଗିବ ଦେଶଦ୍ରୋହ । ଚଳିତ ଟି୨୦ ବିଶ୍ୱକପରେ ଭାରତକୁ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନ ୧୦ ୱିକେଟରେ ହରାଲଇବା ପରେ ଉତ୍ସବ ମନାଇଥିବା କାଶ୍ମୀର ୩ ଜଣ ଛାତ୍ରଙ୍କୁ ଉତ୍ତର ପ୍ରଦେଶର ଆଗ୍ରାରୁ ଗିରଫ କରାଯାଇଛି ।

ଏପରିକି ପାକିସ୍ତାନ ବିଜୟକୁ ପାଳନ କରୁଥିବା ପ୍ରତ୍ୟେକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାଏର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଗିରଫ ହୋଇଥିବା ୩ ଜଣ ହେଉଛନ୍ତି ଇଞ୍ଜିନିୟରିଂ ଷ୍ଟୁଟେଣ୍ଟ । ସୋମାନେ ଆଗ୍ରାସ୍ଥିତ ରାଜା ବଲୱନ୍ତ ସିଂହ କଲେଜରେ ପଢନ୍ତି । ଅର୍ଶୀଦ ୟୁସୁଫ ଓ ଇନାୟତ ଅଲତାଫ ଶେଖ ଥାର୍ଡ ଇୟରରେ ଥିବା ବେଳେ ଶୋକତ ଅହମ୍ମଦ ଗାନାଇ ଫୋରଥ ଇୟର ଷ୍ଟୁଡେଣ୍ଟ ଥିଲେ ।

Leave A Reply

Your email address will not be published.