Masthead

କ୍ୱାଲିଫାୟରରେ ମୁମ୍ବାଇ, ଏଲିମିନେଟ ହେଲା ଲକ୍ଷ୍ମୌ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇର ଆକାଶ ମାଢୁଆଲଙ୍କ ଘାତକ ବୋଲିଂ । ୩ ଓଭର ୩ଟି ବଲ ପକାଇ ମାତ୍ର ୫ ରନ ଦେଇ ୫ଟି ୱିକେଟ ନେଇଥିଲେ । ଫଳରେ ୧୦୧ ରନରେ ଅଲଆଉଟ ହେଲା ଲକ୍ଷ୍ନୌ । ଆଇପିଏଲ୍‌-୨୦୨୩ର ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୮୧ ରନ୍‌ରେ ବିଜୟୀ ହୋଇଛି। ଫଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଏଲିମିନେଟ୍‌ କରିଛି । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୧୮୨ ରନ କରିଥିଲା ମୁମ୍ବାଇ । ତେବେ କ୍ୱାଲିଫାୟରରେ ପହଞ୍ଚିବା ପାଇଁ ୧୮୩ ରନର ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମାତ୍ର ୧୦୧ ରନରେ ସମସ୍ତ ୱିକେଟ ହରାଇଥିଲା ଲକ୍ଷ୍ନୌ । ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରି ଆକାଶ ମାଢୁଆଲ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ ।

ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୩ ଏଲିମିନେଟରରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା । ତେବେ ଦଳକୁ ସେ ଭଲ ଆରମ୍ଭ ଦେଇପାରିନଥିଲେ । ମାତ୍ର ୧୧ ରନ କରି ରୋହିତ ଆଉଟ ହେବାପରେ ତୁରନ୍ତ ୧୫ ରନ କରିଥିବା ଈଶାନ କିଶାନ ପାଭିଲିୟନ ଫେରିଥିଲେ । ଏହାପରେ କାମେରନ ଗ୍ରୀନ ଓ ସ୍ୱର୍ଯ୍ୟକୁମାର ଯାଦବ ଦଳ ପାଇଁ ଲଢ଼ିଥିଲେ । ଗ୍ରୀନ ମାତ୍ର ୨୩ ବଲରୁ ୬ ଚୌକା ଓ ଗୋଟିଏ ଛକା ବଳରେ ଦୃତ ୪୧ ରନ କରି ଆଉଟ ହୋଇଥିବା ବେଳେ ୩୩ ରନ କରି ସ୍ୱର୍ଯ୍ୟକୁମାର ଆଉଟ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ