Masthead

ମିଳିଲାଣି ୧୩୦ କୋଟି, ଛୁଟି ଦିନରେ ବି ଚାଲିଛି ଗଣତି

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ଯେତେ ଗଣିଲେ ବି ସରୁନି ଟଙ୍କା । ମେସିନ୍ ଥକି ପଡୁଛି, କିନ୍ତୁ ଶେଷ ହେଉନି ମଦ ଟଙ୍କାର ପାହାଡ଼ । ବଲାଙ୍ଗିରରେ ମେଗା ଆଇଟି ରେଡରେ ମିଳିଥିବା ବସ୍ତା ବସ୍ତା ଟଙ୍କାର ଗଣତି ଚାଲିଛି । ରବିବାର ଛୁଟିଦିନ ସତ୍ତ୍ୱେ ଟଙ୍କା ଗଣତି କରି ଆଜି ସାରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଆଶା ରଖିଛନ୍ତି । ଗତକାଲି ରାତି ଯାଏ ମୋଟ ୧୭୬ ବସ୍ତାରୁ ୧୦୬ ବସ୍ତା ଗଣତି ଶେଷ ହୋଇଛି । ଏଥିରେ ପାଖାପାଖି ୧୩୦ କୋଟି ଟଙ୍କା ଗଣା ସରିଥିବା କୁହାଯାଉଛି । ଆହୁରି ୭୦ ବସ୍ତା ଟଙ୍କା ଗଣିବାକୁ ବାକି ଅଛି ।

ଟଙ୍କା ଗଣତିରେ ୨୫ ମେସିନ୍ ଓ ୫୦ କର୍ମଚାରୀ ନିୟୋଜିତ ରହିଥିଲେ । ତେବେ ଗଣତି ପରେ ଟଙ୍କା ଦୁଇ ଶହ ୩୦ କୋଟି ହେବ ବୋଲି ଅନୁମାନ କରାଯାଉଛି । ସେପଟେ ଟିଟିଲାଗଡ଼ରେ ଦିପକ୍ ସାହୁ ଓ ସଞ୍ଜୟ ସାହୁ ନିକଟରୁ ଜବତ ୧୧ କୋଟି ଟଙ୍କାର ଗଣତି ସରିଛି । ଅନ୍ୟପଟେ ଶହେରୁ ଅଧିକ ଆଇଟି ଅଧିକାରୀ ମଦ ଭାଟି ରେଡରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଓଡିଶାରେ ଦୀର୍ଘ ବର୍ଷରୁ ମଦ ବ୍ୟବସାୟ କରୁଥିବା ସାହୁ ପରିବାର ଉପରେ ଏହି ଚଢାଉ ଚାଲିଛି । ଗତକାଲି ଦିନ ତମାମ ଟିଟିଲାଗଡର ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ମଦ ଭାଟି ଓ ଘରେ ଚଢ଼ାଉ କରିଥିଲା। ସେହିପରି ବଲାଙ୍ଗୀର ସହରରେ ମଧ୍ୟ ସାହୁ ପରିବାର ରାଜେଶ୍ ସାହୁ, ବଣ୍ଟି ସାହୁ ଓ ଭୋଳା ବାବୁଙ୍କ ମଦ ଭାଟି ତଥା ତାଙ୍କ ଘରେବିଳମ୍ବିତ ରାତି ପର୍ୟ୍ୟନ୍ତ ଜାରି ରହିଥିଲା ।

ରାଜେଶ୍ ସାହୁଙ୍କ ଭାଟିରେ ଥିବା ଲୁହା ଲକରକୁ ୱେଲ୍ଡାର ଡକାଇ ଆଇଟି ଅଧିକାରୀମାନେ କାଟି ଖୋଲି ଯାଞ୍ଚ କରିଥିଲେ। ହେଲେ ସେଥିରେ କିଛି ଟଙ୍କା ନ ଥିବାର ଜଣା ପଡିଥିଲା। ଏପଟେ ବଲାଙ୍ଗୀର ଏସବିଆଇ ବ୍ୟାଙ୍କ୍ ମୁଖ୍ୟ କାର୍ୟ୍ୟାଳୟରେ ତିନି ଦିନ ହେବ ଟଙ୍କା ଗଣତି ଚାଲିଛି । ସୁଦପଡା ଭାଟି ଓ ମ୍ୟାନେଜର ବଣ୍ଟି ସାହୁ ଘରୁ ଜବତ ୧୭୬ ବସ୍ତା ନଗଦ ଟଙ୍କାର ଗଣତି ଚାଲିଛି। ଗତକାଲି ରାତି ସୁଦ୍ଧା ଏଠି ୧୦୬ ବେଗ ଗଣତି ସରିଥିବା ଜଣା ପଡିଛି । ତେବେ ଗଣତି କାର୍ୟ୍ୟକୁ ତ୍ୱରାନ୍ୱିତ କରି ଆଜି ସାରିବାକୁ ଲକ୍ଷ୍ୟ ରଖିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି