କାମିୟା କିମିଆରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାମିୟା କିମିଆରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ବିଜେପି ବିଜେଡି ଆରୋପପ୍ରତ୍ୟାରୋପ ଶିଖର ଛୁଇଁଛି । ଆଉ ଏତିକି ବେଳେ ଏଣ୍ଟ୍ରି ମାରିଛି କଂଗ୍ରେସ । ସକାଳୁ ସକାଳୁ ଭୁବନେଶ୍ୱର ଏୟାରପୋର୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଖି ବିଭିନ୍ନ କଥା ସହ କାମିଆ କଥା ପଚାରିଲେ ଗଣମାଧ୍ୟମ । ସେପଟେ ଘଟଣାରେ ନିଜକୁ ଦୂରେଇ ରଖୁଥିବା କଂଗ୍ରେସ ଆଜି କିନ୍ତୁ କରିଛି ପ୍ରେସମିଟ । କାମିୟା ଜାନିଙ୍କ ବିଫ ଖାଇବା ଚର୍ଚ୍ଚା ଓ ଶ୍ରୀମନ୍ଦିରକୁ ଡାକି ପ୍ରମୋସନ କରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଶରତ ପଟ୍ଟନାୟକ ଓ ବିଜୟ ପଟ୍ଟନାୟକ । ସେପଟେ ଏହି ପ୍ରସଙ୍ଗରେ ଖାଲି ଓଡ଼ିଆ ନେତା ନୁହେଁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ବି କୁଦିଛନ୍ତି ।

ଗିରିରାଜ କହିଛନ୍ତି ଏହା ଜଗନ୍ନାଥ ସଂସ୍କୃତି ଓ ଧର୍ମୀୟ ଭାବନାକୁ ଆଘାତ ଦେଇଛି । ଯେଉଁ ରେସ୍ତୋରାଁରେ କାମିୟା ବିଫ ବା ଗୋମାଂସ ଖାଇଥିଲେ ବୋଲି ଅଭିଯୋଗ ଉଠୁଛି, ସେହି ରେସ୍ତୋରାଁର ମେନୁ ଚାଟ୍କୁ ପୋଷ୍ଟ କରିଛନ୍ତି ଗିରିରାଜ । ଏପଟେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏହି ଘଟଣରେ ବିଜେପି ଅଭିଯୋଗର ଜବାବ ଦେଇଛନ୍ତି । ସେ କହିଛନ୍ତି ଫେକ ନ୍ୟୁଜ ଜରିଆରେ ବିଜେପି ଲୋକଙ୍କ ଭାବାବେଗ ସହ ଖେଳୁଛି । କାମିୟାଙ୍କୁ କେନ୍ଦ୍ର ସରକାର ଦେଶରେ ହିନ୍ଦୁ ମନ୍ଦିର ଐତିହ୍ୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିୟୋଜିତ କରିଥିଲେ । ଏହା ସହ ବିଜୁ ଜନତା ଦଳର ବିଧାୟକ ଅମର ଶତପଥୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ୟୁଟ୍ୟୁବର କାମିଆ ଜାନି ପ୍ରସଙ୍ଗରେ ଜଗନ୍ନାଥ ପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ । ଗୋମାଂସ ଭକ୍ଷଣ ହିନ୍ଦୁଧର୍ମ ବିରୋଧୀ । ତେବେ ପ୍ରଶ୍ନ ଉଠୁଛି କାମିଆ କ’ଣ ସତରେ ଗୋମାଂସ ଖାଆନ୍ତି । ଯଦି ଖାଆନ୍ତି ତାଙ୍କୁ ଆଣି ଶ୍ରୀମନ୍ଦିରରେ ବୁଲାଇବା କ’ଣ ଦରକାର ଥିଲା । ଯଦି ଗୋମାଂସ ଖାଆନ୍ତି ନାହିଁ ତାଙ୍କୁୁ ବଦନାମ କରିବା ପଛରେ କିଏ? ଏ ସତ୍ୟ ଉପରେ କିଏ ଅନୁସନ୍ଧାନ କରିବ? ଓ ଜଗନ୍ନାଥ ପ୍ରେମୀଙ୍କ ସନ୍ଦେହ କିଏ ଦୂର କରିବ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ