Masthead

ସଫଳ ହେଲାନି ହେଭିୱେଟଙ୍କ ରଣନୀତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନରେ ସଫଳ ହେଲାନି ହେଭିୱେଟଙ୍କ ରଣନୀତି । ହାରିଗଲେ ୧୪ କେନ୍ଦ୍ର ମନ୍ତ୍ରୀ । ନିର୍ବାଚନୀ ବୈତରଣୀ ପାର ହେବାରେ ବିଫଳ ହୋଇଥିବା କେନ୍ଦ୍ରମନ୍ତ୍ରୀମାନେ ହେଲେ ।

ସ୍ମୃତି ଇରାନୀ:- ମୋଦିଙ୍କ ୨.୦ରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଥିବା ସ୍ମୃତି ଇରାନୀ ଉତ୍ତରପ୍ରଦୈଶର ହାଇପ୍ରୋଫାଇଲ ଆମେଥି ଆସନରୁ ଆସନରୁ ହାରି ଯାଇଛନ୍ତି । କଂଗ୍ରେସର ବରିଷ୍ଠ ନେତା କିଶୋରୀ ଲାଲ୍ ଶର୍ମାଙ୍କଠାରୁ ସେ ୧,୬୭, ୧୯୬ ଭୋଟ୍ ବ୍ୟବଧାନରେ ହାରିଛନ୍ତି।
ଅଜୟ ମିଶ୍ର ଟେନି : ଲଖିମପୁର ଖେରି ଘଟଣାରେ ଛନ୍ଦି ହୋଇଯାଇଥିବା କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନି ସମାଜବାଦୀ ପାର୍ଟିର ଉତ୍କର୍ଷ ବର୍ମାଙ୍କଠାରୁ ହାରି ଯାଇଛନ୍ତି। ସେ ୩୪ ହଜାର ଭୋଟ୍ ବ୍ୟବଧାନରେ ବର୍ମାଙ୍କଠାରୁ ହାରିଛନ୍ତି ।
ଅର୍ଜୁନ ମୁଣ୍ଡା : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଝାଡ଼ଖଣ୍ଡର ଖୁଣ୍ଟି ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ କାଳୀଚରଣ ମୁଣ୍ଡାଙ୍କଠାରୁ ୧,୪୯,୬୭୫ ଭୋଟ୍‌ରେ ହାରିଛନ୍ତି ।

କୈଳାଶ ଚୌଧାରୀ : ରାଜସ୍ଥାନର ବାରମେରରେ କେନ୍ଦ୍ର କୃଷି ଏବଂ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାଶ ଚୌଧାରୀ କଂଗ୍ରେସର ଉମ୍ମେଦା ରାମ ବେନିୱାଲଙ୍କଠାରୁ ହାରିଯାଇଛନ୍ତି । ପରାଜୟର ବ୍ୟବଧାନ ୪ଲକ୍ଷ ୪୮ହଜାର ରହିଛି ।

ରାଜୀବ ଚନ୍ଦ୍ରଶେଖର: କେରଳର ତିରୁଅନନ୍ତପୁରମରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କଂଗ୍ରେସ ନେତା ଶଶି ଥରୁରଙ୍କଠାରୁ ୧୬ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଛନ୍ତି ।

ସାଧ୍ୱୀ ନିରଞ୍ଜନ ଜ୍ୟୋତି : ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଧ୍ନୀ ନିରଞ୍ଜନ ଙ୍କଠାରୁ ୟୁପିର ଫତେପୁର ଆସନରୁ ହାରିଛନ୍ତି ।
ରାଓସାହେବଦାନଭେ: ରେଳରାଷ୍ଟ୍ରମନ୍ତ୍ରୀ ରାଓସାହେବଦାନଭେ ମହାରାଷ୍ଟ୍ରର ଜଲନା ଆସନରୁ କଂଗ୍ରେସ ପ୍ରାର୍ଥୀ କଲ୍ୟାଣ ରାଓକାଲେଙ୍କଠାରୁ ପରାସ୍ତ ହୋଇଛନ୍ତି ।
ଆର୍‌କେ ସିଂହ : କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଆରକେ ସିଂହ ବିହାରର ଆରାଆସନରୁ ସିପିଆଇ(ଏମଏଲଏ) ପ୍ରାର୍ଥୀ ସୁଦାମ ପ୍ରସାଦଙ୍କ ପ୍ରସାଦଙ୍କଠାରୁ ହାରିଛନ୍ତି ।

ସଂଜୀବ ବାଲ୍ୟାନ୍ : କେନ୍ଦ୍ର ମନ୍ତ୍ରୀ ସଂଜୀବ ବାଲ୍ୟାନ ମୁଜାଫରନଗର ଲୋକସଭା ଆସନରୁ ସପା ପ୍ରାର୍ଥୀ ହରେନ୍ଦ୍ର ସିଂହ ମଲିକଙ୍କଠାରୁ ୨୪ ହଜାରରୁ ଅଧିକ ଭୋଟ୍‌ରେ ହାରିଛନ୍ତି ।
ଭି ମୁରଲୀଧରନ: କେନ୍ଦ୍ର ବିଦେଶ ବ୍ୟାପାର ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରନ ଅଟ୍ଟିଙ୍ଗଲ ଆସନରୁ କଂଗ୍ରେସ ପ୍ରାର୍ଥୀ ଆଦୁର ପ୍ରକାଶଙ୍କଠାରୁ ୧୬ ହଜାରରୁ ଅଧିକ ଭୋଟ୍‌ରେ ହାରିଛନ୍ତି ।
ନିଶିଥ ପ୍ରାମାଣିକ : କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ପଶ୍ଚିମବଙ୍ଗର କୁଚବିହାର ଆସନରୁ ଟିଏମସି ପ୍ରାର୍ଥୀ ଜଗଦୀଶ ପାଣ୍ଡେ ବାସୁନିୟାଙ୍କଠାରୁ ୩୯ ହଜାରରୁ ଅଧିକ ଭୋଟ୍‌ରେ ହାରିଛନ୍ତି ।
ସୁଭାଷ ସରକାର: କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ପଶ୍ଚିମବଳ ଶୋର ବାଙ୍କୁଡ଼ା ଆସନରୁ ଟିଏମ୍‌ସି ପ୍ରାର୍ଥୀ ଅରୂପ ଚକ୍ରବର୍ତୀଙ୍କଠାରୁ ୩୨ ହଜାରରୁ – ୭୦ ଅଧିକ ଭୋଟ୍‌ରେ ହାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ