Masthead

ସରକାରଙ୍କ ବଡ଼ ପଦକ୍ଷେପ, କାର୍ଡରେ ନାଁ ନଥିଲେ ବି ମାଗଣା ଚିକିତ୍ସା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାରଙ୍କ ନୂଆ ପଦକ୍ଷେପ । ବିଏସକେୱାଇ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରର ଛୋଟ ପିଲାଙ୍କ ପାଇଁ ରାଜ୍ୟ ସରକାର ନେଇଛି ବଡ଼ ପଦକ୍ଷେପ । ରାସନ କାର୍ଡରେ ନାଁ ନଥିଲେ ବି ମିଳିବ ମାଗଣା ଚିକିତ୍ସା । ୫ରୁ ୧୮ ବର୍ଷର ପିଲାଙ୍କୁ ମିଳିବ ବଡ଼ ଫାଇଦା । ରାସନ କାର୍ଡରେ ନାଁ ନଥିଲେ ବି ସେମାନେ ଚିକିତ୍ସାରୁ ବଞ୍ଚିତ ହେବେନି । ଯେଉଁମାନଙ୍କ ନାଁ ଏନଏଫଏସଏ ବା ଏଫଏସଏସ ଡାଟା ବେସରେ ମଧ୍ୟ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସୁରୁଖୁରରେ ହୋଇପାରିବ । ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜ ପିଲାଙ୍କ ନାମ ସାମିଲ କରିପାରିବେ ଅଭିଭାବକ । ଏ

ନେଇ ବିଏସକେୱାଇ ସହ ଜଡ଼ିତ ହୋଇଥିବା ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଗତ କିଛି ଦିନ ହେଲା ଏଭଳି ସମସ୍ୟା ଦେଖାଦେଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା । ପିଲାଙ୍କ ନାମ ରାସନ କାର୍ଡରେ ପଞ୍ଜିକୃତ ହୋଇନଥିବାରୁ ବିଏସକେୱାଇରେ ଚିକିତ୍ସା ମିଳିପାରୁନଥିଲା । ଏବେ କୌଣସି ସମସ୍ୟା ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଏବେ ରାଜ୍ୟର ୯୯ ଲକ୍ଷ ୯ ହଜାର ପରିବାରର ୩ କୋଟି ୫୬ ଲକ୍ଷ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିଛି ବିଏସ୍‌କେଓ୍ବାଇ ସ୍ମାର୍ଟ୍‌ କାର୍ଡ଼ । ବିଏସକେୱାଇ ପ୍ରଚଳନ ପରଠୁ ଗରିବଙ୍କୁ ଚିକିତ୍ସା ଖର୍ଚ୍ଚ ବାବଦରେ ଟଙ୍କାଟିଏ ଦେବାକୁ ପଡ଼ୁନି । ଫଳରେ ସେମାନଙ୍କ ଆୟ ସଞ୍ଚୟ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା