Masthead

ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩

ଖୋର୍ଦ୍ଧା  (ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ଲାଗିଲା ୧୬୩ ଧାରା । ଭାରତୀୟ ନାଗରିକ ସଂହିତା BNS ଧାରା ୧୬୩ ପୁଣି ବଳବତ୍ତର କଲେ ଜିଲ୍ଲା ପ୍ରସାଶନ। ବୁଧବାର ଦୁଇ ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ଖଣ୍ଡଯୁଦ୍ଧ ପରେ ପୁଣି ୧୬୩ ଧାରା ବଳବତ୍ତର କରାଯାଇଛି । ଦୋକାନ ଭଙ୍ଗାରୁଜା, ପୋଡ଼ାଜଳା ସହ ଟେକାପଥର କାଚ ବୋତଲ ମାଡ଼ ହୋଇଥିଲା । ଖୋର୍ଦ୍ଧା ବେଗୁନିଆରେ ନାଁକୁ ନେଇ ବିବାଦରେ ମାସେ ହେଲାଣି ଗାଁରେ ବଳବତ୍ତର ୧୬୩ ଧାରା । ବନ୍ଦ ରହିଛି ଦୋକାନ ବଜାର, ପାଠପଢ଼ାରେ ବାଧା ।

ଉଭୟ ଗାଁରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଘମାରୀ ଥାନା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ହନୁମାନ ବଟିକା ଠାରୁ ବାରିକ ପୋଖରୀ ପର୍ଯ୍ୟନ୍ତ ବିଏନ୍‌ଏସ୍‌ ୧୬୩ ଧାରା ଲାଗୁ କରିଛନ୍ତି । ସେହିପରି ପରିସ୍ଥିତି ଶାନ୍ତ ପଡିଥିଲେ ମଧ୍ୟ ଏକ ପ୍ଲାଟୁନ ଫୋର୍ସ ବଜାର ସହ ଉଭୟ ଗାଁରେ ମୁତୟନ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ