Masthead

କୃଷି ଆନ୍ଦୋଳନକୁ ବର୍ଷେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବର୍ଷେ ହେଲା ଚାଲିଛି ଚାଷୀଙ୍କ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ୩ଟି ନୂଆ କୃଷି ଆଇନ ବିରୋଧରେ ବର୍ଷେ ତଳେ ଆରମ୍ଭ ହୋଇଥିଲା ଆନ୍ଦୋଳନ । ଯାହା ଏବେ ବି ଚାଲିଛି । ଏନେଇ ଚାଷୀ କେତେବେଳେ ରାଜରାସ୍ତାରେ ଓହ୍ଲାଉଥିବା ବେଳେ ଆଉ କେତେବେଳେ ପ୍ରଦେଶ ପ୍ରଦେଶ ବୁଲି ଏକଜୁଟ ହେଉଛନ୍ତିି । ଗୋଟିଏ ଦାବି ସରକାର ନୂଆ କୃଷି ଆଇନକୁ ଫେରେଇ ନିଅନ୍ତୁ । ଏହା ମଧ୍ୟରେ ଏହି ଆନ୍ଦୋଳନ ଗୋଟିଏ ବର୍ଷରେ ପହଞ୍ଚିଛି । ବାରମ୍ବାର ଚାଷୀ ଓ ସରକାର ମୁହାଁମୁହିଁ ହେଉଥିଲେ ମଧ୍ୟ ଏହାର କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ କରୁଛନ୍ତି ।

ଅନ୍ୟପଟେ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନର କାର୍ଯ୍ୟକାରିତାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । ସେପଟେ ଅକାଳି ଦଳ ଆଜି ତିନୋଟି କୃଷି ଆଇନ ପ୍ରଣୟନ ହେବାର ଏକ ବର୍ଷ ପାଳନ କରୁଛନ୍ତି । ଅର୍ଥାତ ସାରା ଦେଶରେ ସେପ୍ଟେମ୍ବର ୧୭କୁ କଳା ଦିବସ ଭାବରେ ପାଳନ କରାଯାଉଛି । ଏନେଇ ଦେଶର ରାଜଧାନୀ ଦିଲ୍ଲୀରେ କୃଷକମାନଙ୍କ ସହ ଅକାଳି ଦଳର ନେତା ଓ କର୍ମୀମାନେ ବିରୋଧ କରୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଜରୁରୀ ଦ୍ରବ୍ୟ ସଂଶୋଧନ ବିଲ ୧୯୯୫ରେ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ୨୦୨୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଏହି ନିୟମ ଲୋକସଭାରେ ପାରିତ ହୋଇଥିଲା । ବାସ ତା’ ପରେ ହିଁ ସାରା ଦେଶରେ ଏହା ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା । ପଞ୍ଜାବ ଓ ହରିୟାଣାର କୃଷକ ସଙ୍ଗଠନ ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ କରିଥିଲେ । ତେବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏହା ଆନ୍ଦୋଳନକୁ ବନ୍ଦ କରି ଦିଆଯାଇଥିଲା ।

ହେଲେ ଦିଲ୍ଲୀ ସୀମାରେ ଅନେକ ଚାଷୀ ଆନ୍ଦୋଳନରେ ବସିଥିବାର ଦେଖିବା ପାଇଁ ମିଳିଥିଲା । ଆନ୍ଦେଳନକାରୀ ଚାଷୀଙ୍କୁ ରୋକିବା ପାଇଁ ପୁଲିସ ପାଣି ତୋପ, ଲୁହ ଗ୍ୟାସ ଭଳି ଅନେକ ଜିନିଷ ବ୍ୟବହାର କରିଥିଲା । ତଥାପି ଦିଲ୍ଲୀ ପୁଲିସ ଆନ୍ଦୋଳନକାରୀ ଚାଷୀଙ୍କ ଆଗରେ ହାର ସ୍ୱୀକାର କରିନେଇଥିଲା । ସରକାରଙ୍କ ସହ ଆଲୋଚନା ପରେ ମଧ୍ୟ କୃଷକମାନେ ନିଜ ଜିଦରେ ଅଟଳ ରହିଥିଲେ । ଅନ୍ୟପଟେ ବର୍ତ୍ତମାନ କୃଷକ ନେତା ରାକେଶ ଟିକାୟତ ଉତ୍ତରପ୍ରଦେଶରେ ଚାଷୀଙ୍କୁ ଏକଜୁଟ କରିବା ପାଇଁ ଆନ୍ଦୋଳନ କରୁଥିବାର ଦେଖିବାକୁ ମିଳିଛି । ଏବେ ଦେଖିବାର ବିଷୟ ଯେ ସରକାର କେବେ ଚାଷୀଙ୍କ ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ