Masthead

ପ୍ରକୃତିକୁ ଫେରିଲେ ୨୦ ନାଗଛୁଆ

ପୁରୀ(ବଡ଼ ଖବର ବ୍ୟୁରୋ): ପ୍ରକୃତିକୁ ଫେରିଲେ ୨୦ ନାଗଛୁଆ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ତ ପିଢ଼ପାଟଣା ଗ୍ରାମର ପ୍ରକାଶ ପରିଡାଙ୍କ ଘରକାମ ପାଇଁ ନିଅଁ ଖୋଳିବା ବେଳେ ଏକ ସ୍ଲାବ ତଳେ କିଛି ନାଗସାପ ପଶିଥିବା ଦେଖି ଶ୍ରମିକମାନେ କାମ ବନ୍ଦ କରିଦେଇଥିଲେ । ପ୍ରକାଶ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଏକ ସିମେଣ୍ଟ ସ୍ଲାବ ତଳେ ଏକ ନାଗସାପ ଏବଂ କିଛି ଅଣ୍ଡା ପାଇଥିଲେ । ସାପ ଟିକୁ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରିବା ପରେ ଅଣ୍ଡା ଗୁଡିକୁ ଏକ କାର୍ଟୁନରେ ରଖିଥିଲେ ।

ଶ୍ରମିକମାନଙ୍କ ଅନୁରୋଧ କ୍ରମେ ସେହି ସ୍ଥାନରେ ଅଧିକ ଖୋଜା ଖୋଜି କରିବା ପରେ ଆଉ ୨ ଟି ନାଗ ସାପ ଉଦ୍ଧାର ହୋଇଥିଲା । ପରେ ସାପଗୁଡିକୁ ଗାଁ ଠାରୁ ଦୂରରେ ଛାଡ଼ି ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ୨୧ ଅଣ୍ଡାକୁ କୃତ୍ରିମ ଉପାୟରେ ଫୁଟେଇବା ବ୍ୟବସ୍ଥା କରିଥିଲେ । ୨୩ ରୁ ୨୬ ଦିନ ଭିତରେ ଦୁଇଟି ପର୍ୟ୍ୟାୟରେ ୨୧ ରୁ ୨୦ ଟି ଅଣ୍ଡା ଫୁଟିଥିଲା । ଜୁନ ୧୬ ତାରିଖରେ ୨୦ ଟି ନାଗ ଛୁଆଙ୍କୁ ଚନ୍ଦକା ବନଖଣ୍ଡ କର୍ମଚାରୀଙ୍କ ଉପସ୍ଥିତିରେ ଛାଡି ଦିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ