ଚୋରି ଧୀରେ ଧୀରେ ସାମ୍ନାକୁ ଆସୁଛି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ‘ଡିଏନ’ ଗ୍ରୁପ ରେଡ଼ ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । କହିଛନ୍ତି ଓଡ଼ିଶାରେ ଏଭିଳି ଗୁଡାଏ ସଂସ୍ଥାକୁ ଏ ଭିତରେ ରେଡ ହୋଇଛି। ରେଡ ଯେଉଁଠି ହୋଇଛି ସେଠାରେ ଅପ୍ରାକୃତିକ ଭାବରେ ଆଶଙ୍କା ଠାରୁ ଅଧିକ ମାତ୍ରାରେ କଳା ଟଙ୍କା ବାହାରିଛି। ଖାଲି ସେତିକି ନୁହେଁ ନକଲି ନୋଟ ବି ଜବତ ହେଇଛି। ତାର ବି ତଦନ୍ତ ହେବା ଆବଶ୍ୟକ। ସବୁଠାରୁ ବଡ଼ କଥା ହେଲା ଏ ଟଙ୍କା କାହାର। କିଏ ମହଜୁଦ ରଖିଛି। ତା ଉପରେ ତର୍ଜମା ହେବାର ଆବଶ୍ୟକତା ରହିଛି।

ଅତୀତରେ ମଧ୍ୟ ଯେଉଁଠି ଆଇଟି ଓ ଇଡି ରେଡ କରିଛି ସବୁ ଗୁଡିକରେ ଶାସକ ଦଳର ସମ୍ପୃକ୍ତି ସିଧାସଳଖ ଭାବେ ନ ହେଲେ ମଧ୍ୟ ପରୋକ୍ଷ ଭାବରେ ରହିଛି। ଆଜି ବି ଯାହା ସାଧାରଣରେ ଚର୍ଚ୍ଚା ହେଉଛି ଶାସକ ଦଳର ବଡ଼ ମାତ୍ରାର କଳା ଟଙ୍କା ସେହି ଜାଗାରେ ବିନିଯୋଗ ହୋଇଥିଲା। ଓଡ଼ିଶା ପ୍ରଦେଶ ଲୋକଙ୍କୁ ଦୀର୍ଘ ଦିନ ଧରି ଆଖିରେ ଅନ୍ଧ ପୁଟଳି ବାନ୍ଧି ଚୋରି ଚାଲିଥିଲା। ସେ ଚୋରି ଧୀରେ ଧୀରେ ସାମ୍ନାକୁ ଆସୁଛି। ଏହାର ଅଧିକ ତଦନ୍ତ ପରେ ସତ ସାମ୍ନାକୁ ଆସିବ। ଲୋକ ଯାହା ଆଶଙ୍କା କରୁଛନ୍ତି ଏ ପଇସା ଶାସକ ଦଳର ଗଛିତ ଟଙ୍କା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’