Masthead

ଉତ୍କଳମଣିଙ୍କୁ ଶ୍ରାଦ୍ଧରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଜୁନ ୧୭ । ଏହି ଦିନ ୧୯୨୮ ମସିହାରେ ଆଖି ବୁଜିଥିଲେ ସେବାର ମୂର୍ତ୍ତିମନ୍ତ ପ୍ରତୀକ, ଉତ୍କଳମଣି, ମହାତ୍ମା ପଣ୍ଡିତ ଗୋପବନ୍ଧୁ ଦାସ । ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ନିଜ ସେବା କାର୍ଯ୍ୟ ପାଇଁ ଉତ୍କଳମଣି ପରିଚିତ ଥିଲେ । ତାଙ୍କର ତ୍ୟାଗ, ସମର୍ପଣ ଦେଖି ଦେଶବିଦେଶର ବିଶିଷ୍ଟ ଲୋକମାନେ ଚକିତ ହୋଇଯାଉଥିଲେ । ଜଣେ ଲେଖକ, ସମାଜସେବୀ, ସ୍ୱଧୀନତା ସଂଗ୍ରାମୀ, ଶିକ୍ଷାବିତ, ସାମ୍ବାଦିକ ଭାବେ ସବୁ କ୍ଷେତ୍ର ଉତ୍କଳବାସୀଙ୍କ ସେବାରେ ସେ ନିଜକୁ ବ୍ରତୀ କରିଥିଲେ । ୧୮୭୭ ମସିହା ଅକ୍ଟୋବର ୯ତାରିଖରେ ପୁରୀ ଜିଲ୍ଲା ସୁଆଣ୍ଡୋ ଗାଁରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ କବିତା ମାଧ୍ୟମରେ ସେ ଲୋକମାନଙ୍କୁ ବ୍ରିଟିଶ ମାନଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ପ୍ରେରଣା ଯୋଗାଉଥିଲେ । ସମାଜ ତଥା ଲୋକମାନଙ୍କ ସେବାକୁ ନିଜର ଏକମାତ୍ର ଲକ୍ଷ୍ୟ କରିଥିଲେ ଗୋପବନ୍ଧୁ । ଲୋକଙ୍କ ସେବା ପାଇଁ ବହୁ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ।

ତେବେ ଶିକ୍ଷାମାଧ୍ୟମରେ ହିଁ ଜଣେ ଅନ୍ଧାକାରରୁ ଆଲୋକ ମଧ୍ୟକୁ ଆସିପାରେ ଏହା ବୁଝିଥିଲେ ଗୋପବନ୍ଧୁ । ସେଥିପାଇଁ ତ ତାଙ୍କ ନେତୃତ୍ବରେ ପ୍ରତିଷ୍ଠା ହୋଇଥିଲା ସତ୍ୟବାଦୀ ବକୁଳବନରେ ବନ ବିଦ୍ୟାଳୟ ।  ଜଣେ ଦକ୍ଷ ସାମ୍ବାଦିକ ମଧ୍ୟ ଥିଲେ ଗୋପବନ୍ଧୁ ଦାସ । ତାଙ୍କ ଦ୍ବାରା ଓଡ଼ିଶାର ଦୈନିକ ଖବର କାଗଜ ସମାଜର ସ୍ଥାପନା ହୋଇଥିଲା । ସେ ଏହାର ସମ୍ପାଦକ ମଧ୍ୟ ଥିଲେ । ଆଜି ଏହି ମହାନ ଆତ୍ମାଙ୍କ ଦେହାନ୍ତ ହୋଇଥିଲା । ୧୯୨୮ରେ ଅଲ ଇଣ୍ଡିଆ ଲୋକସେବା ମଣ୍ଡଳର ଉପସଭାପତି ହୋଇଥିଲେ ଗୋପବନ୍ଧୁ । ଲାହୋରର ଏକ ସଭାରେ ଯୋଗଦେବା ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ପରେ ଜୁନ ୧୭, ୧୯୨୮ରେ ଚିରଦିନ ପାଇଁ ଆଖିବୁଜିଥିଲେ ଉତ୍କଳମଣି । ଓଡ଼ିଶା ତଥା ସମଗ୍ର ଭାରତ ବର୍ଷ ପାଇଁ ତାଙ୍କ ସେବା ଅତୁଳନୀୟ । ଗୋପବନ୍ଧୁଙ୍କ ଭଳି ମହାନ ସମାଜସେବୀ ଏ ସମାଜରେ ଅଦ୍ବିତୀୟ । ଉତ୍କଳମଣି ଗୋପବନ୍ଧୁଙ୍କ ୯୩ତମ ଶ୍ରାଦ୍ଧବାର୍ଷିକୀରେ ‘ବଡ଼ ଖବର’ ପରିବାରର ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ