Masthead

୨୦୪୬ରେ ପୃଥିବୀରେ ଧକ୍କା ହେବ ଗ୍ରହାଣୁ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୪୬ରେ ପୃଥିବୀରେ ଧକ୍କା ହୋଇପାରେ ଗ୍ରହାଣୁ । ନାସାର ବୈଜ୍ଞାନିକ ମାନେ ଏକ ଗ୍ରହାଣୁ ଆବିଷ୍କାର କରିଛନ୍ତି । ଗ୍ରହାଣୁର ନାଁ ‘୨୦୨୩ ଡିଡବ୍ଲ୍ୟୁ’ । ନାସାର ଆଷ୍ଟରଏଡ୍ ୱାଚ୍ ଅନୁସାରେ, ଏହି ଗ୍ରହାଣୁର ବ୍ୟାସ ପ୍ରାୟ ୪୯.୨୯ ମିଟର । ନାସାର ପ୍ଲାନେଟାରୀ ଡିଫେନ୍ସ କୋଅର୍ଡିନେସନ୍ କାର୍ଯ୍ୟାଳୟ ଅନୁସାରେ, ଆଗାମୀ ୨୩ ବର୍ଷ ଅର୍ଥାତ ୨୦୪୬ ମସିହା ଫେବୃଆରୀ ୧୪ ତାରିଖ ଦିନ ପୃଥିବୀ ସହ ଏହା ଧକ୍କା ହେବାର ଆଶଙ୍କା ରହିଛି । ନାସା ଜେଟ୍ ପ୍ରପଲସନ୍ ଲାବୋରେଟିରୀର ସେଣ୍ଟ୍ରି ସିଷ୍ଟମ ଜରିଆରେ ୟୁରୋପୀୟ ମହାକାଶ ସଂସ୍ଥାର ତଥ୍ୟ ଆଧାରରେ, ଏହି ଗ୍ରହାଣୁ ପୃଥିବୀରେ ଧକ୍କା ହେବାର ଆଶଙ୍କା ୬୨୫ରେ ୧ ।

ଗତ ମାସ ୨୬ ତାରିଖରେ ଏହି ଗ୍ରହାଣୁ ଚିହ୍ନଟ ହୋଇଥିଲା । ପୃଥିବୀଠାରୁ ଏହାର ଦୂରତା ୦.୧୨ ଆଷ୍ଟ୍ରୋନୋମିକାଲ ୟୁନିଟ୍ ଥିଲା । ପଋଥିବୀର କେନ୍ଦ୍ର ଓ ସୂର୍ଯ୍ୟର କେନ୍ଦ୍ର ମଧ୍ୟରେ ଥିବା ହାରାହାରି ଦୂରତା ହେଉଛି ଆଷ୍ଟ୍ରୋନୋମିକାଲ ୟୁନିଟ୍ । ଗ୍ରହାଣୁଟି ପୃଥିବୀଠାରୁ ପ୍ରାୟ ୧୮ ନିୟୁତ କିମି ଦୂରରେ ସେକେଣ୍ଡ ପିଛା ୨୪.୬୪ କିମି ବେଗରେ ଗତି କରୁଛି । ସୂର୍ଯ୍ୟଙ୍କ ଚତୁପାଶ୍ୱରେ ପୂର୍ଣ୍ଣ ପରିକ୍ରମା କରିବାକୁ ଏହାକୁ ୨୭୧ ଦିନ ଲାଗୁଛି । ୨୦୪୭ ଓ ୨୦୫୪ ମସିହା ମଧ୍ୟରେ ଆଉ ୯ଟି ଗ୍ରହାଣୁ ପୃଥିବୀର ନିକଟତର ହେବ ବୋଲି ନାସା କହିଛି । ସେପଟେ ନାସା କହିବା ଅନୁସାରେ, ଏହି ଗ୍ରହାଣୁ ପୃଥିବୀରେ ଧକ୍କା ହେବାର ଆଶଙ୍କା ବହୁତ କମ୍ । ବୈଜ୍ଞାନିକମାନେ ଭବିଷ୍ୟତ ବିଷୟରେ ନିଶ୍ଚିତ ନୁହଁନ୍ତି । ୨୦୨୩ ଡିଡବ୍ଲ୍ୟୁ ଗ୍ରହାଣୁକୁ ୟୁରୋପୀୟ ମହାକାଶ ସଂସ୍ଥା ବିପଦ ତାଲିକାର ଶୀର୍ଷରେ ରଖିଛି । ନାସାର ଜେଟ ପ୍ରପଲସନ୍ ଲାବୋରେଟୋରୀ ଅନୁସାରେ, ଟୋରୋନୋ ସ୍କେଲରେ ଗ୍ରହାଣୁକୁ ବର୍ତ୍ତମାନ ପ୍ରଥମ ସ୍ତରରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର