Masthead

ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ

ଗୁଣୁପୁର (ବଡ଼ ଖବର ବ୍ୟୁରୋ): ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷା ଅନୁଷ୍ଠାରେ ଜଣେ ଅଧ୍ୟାପକଙ୍କ ବିରୁଦ୍ଧରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆସିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ଉକ୍ତ ଅଧ୍ୟାପକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଫାଟକ ଆଗରେ ଧାରଣାରେ ବସିଛନ୍ତି। ଗତ ଦୁଇ ଦିନ ତଳେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ଅନୁଷ୍ଠାନର ଗଣିତ ପ୍ରାଧ୍ୟାପକ ପ୍ରଦୀପ କୁମାର ତ୍ରିପାଠୀ ଡିପ୍ଲୋମା ସିଭିଲ୍ ଇଞ୍ଜିନିୟରିଂର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ କରିଛନ୍ତି।

ଅଭିଯୋଗ ପରେ ଅନୁଷ୍ଠାନ କର୍ତ୍ତୃପକ୍ଷ ଏହି ଘଟଣାକୁ ଚାପି ଦେବା ପାଇଁ ପ୍ରୟାସ କରିଥିବା କୁହାଯାଉଛି। ଏଥିରେ କ୍ଷୁବ୍ଧ ହୋଇ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଆଜି ସକାଳୁ କଲେଜ୍ ଫାଟକ ଆଗରେ ଧାରଣାରେ ବସିଛନ୍ତି। ଜଣେ ଛାତ୍ରୀଙ୍କ କହିବାନୁଯାୟୀ, ଅଭିଯୁକ୍ତ ପ୍ରାଧ୍ୟାପକ ଜଣକ ପୂର୍ବରୁ ମଧ୍ୟ ଏଭଳି ଅନେକ ଅନୈତିକ ଘଟଣାରେ ସଂପୃକ୍ତ ଥିଲେ। କିନ୍ତୁ ସେ ଅନୁଷ୍ଠାନର ପରୀକ୍ଷା ଦାୟିତ୍ୱ ତୁଲାଉଥିବାରୁ ଭୟରେ କେହି ମୁହଁ ଖୋଲୁ ନଥିଲେ।

ଉକ୍ତ ପ୍ରାଧ୍ୟାପକଙ୍କୁ ତୁରନ୍ତ ବଦଳି କରାଯାଉ ଏବଂ ଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଅଡି ବସିଛନ୍ତି ଛାତ୍ରଛାତ୍ରୀ । ଏହି ସମ୍ବେଦନଶୀଳ ଘଟଣାକୁ ନେଇ କ୍ୟାମ୍ପସ୍ ପରିସରରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହି ଘଟଣାର ଖବର ପାଇବା ପରେ ଘଟଣା ସ୍ଥାନରେ ରାୟଗଡା ଟାଉନ ଥାନା ପୋଲିସ ପଂହଁଚି ପିଲାମାନଙ୍କୁ ବୁଝାସୁଝା କରିବା ସହିତ ଝିଅର ବୟାନ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ଏନେଇ ପୋଲିସର ପ୍ରତିକ୍ରିୟା ମିଳିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ