Masthead

‘କେଉଁ ଦଳ କାହାକୁ ଦେବ ଟିକେଟ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନକୁ ନେଇ ସବୁ ରାଜନେତିକ ଦଳ ଭିତରେ ଲାଗିରହିଛି ଛକ୍କାପଞ୍ଝା । ଟିକେଟ ଆଶାୟୀମାନେ ଛାମୁଆ ନେତାଙ୍କ ସହାୟତାରେ ସଂଗଠନ ସଜାଡିବାରେ ବ୍ୟସ୍ତ । ଏଭଳି ସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନ ଉପରେ ଏବେ ସମସ୍ତଙ୍କର ନଜର । ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକଦା କଂଗ୍ରେସ ଓ କମୁ୍ୟନିଷ୍ଟର ଦବଦବା ଥିଲା । ଏଠାରୁ କଂଗ୍ରେସର ଉପେନ୍ଦ୍ର ଦୀକ୍ଷିତ ଦୁଇଥର ଜିତି ମନ୍ତ୍ରୀ ହୋଇଥିଲେ । ସେହିପରି କମୁ୍ୟନିଷ୍ଟର ପ୍ରସନ୍ନ ପଣ୍ଡା ୬ ଥର ଜିତି ଥିଲେ । ପ୍ରସନ୍ନ ପଣ୍ଡାଙ୍କ ମୃତୁ୍ୟ ପରେ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସର କେଶବ ସାହୁ ବିଜୟୀ ହୋଇଥିଲେ । ପରେ ଅନୁପ ସାଏ ଲଗାତାର ତିନିଥର କଂଗ୍ରେସରୁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ । କିନ୍ତୁ ୨୦୧୪ରେ ସେ କଂଗ୍ରେସ ଛାଡ଼ି ବିଜେଡି ଟିକେଟରୁ ପ୍ରାର୍ଥୀ ହୋଇ ବିଜେପିର ରାଧାରାଣୀ ପଣ୍ଡାଙ୍କ ଠାରୁ ହାରିଥିଲେ । ସୁନ୍ଦରଗଡ଼ରୁ ବ୍ରଜରାଜନଗର ଆସି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା କିଶୋର ପଟେଲ ତିନି ନମ୍ବରକୁ ଖସିଗଲେ ।

ବିଜେଡି ଅନୁପ ସାଏଙ୍କ ବଦଳରେ କିଶୋର ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା । ବିଜେଡିର କିଶୋର ମହାନ୍ତି ବିଜେପିର ରାଧାରାଣୀ ପଣ୍ଡାଙ୍କୁ ପ୍ରାୟ ୧୨ହଜାର ଭୋଟରେ ପରାସ୍ତ କରିଥିଲେ । ଏହି ନିର୍ବାଚନରେ କଂଗ୍ରେସ କାହାକୁ ଟିକେଟ ନଦେଇ କମୁ୍ୟନିଷ୍ଟ ସହ ମେଣ୍ଟ କରିଥିଲା । କମୁ୍ୟନିଷ୍ଟ ପାର୍ଟିରୁ ରମେଶ ତ୍ରିପାଠୀ ମାତ୍ର ୫ ହଜାର ଭୋଟ ପାଇଥିଲେ । ୨୦୨୧ରେ କିଶୋର ମହାନ୍ତିଙ୍କ ମୃତୁ୍ୟ ପରେ ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ । ବିଜେଡି ସ୍ୱର୍ଗତ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତିଙ୍କୁ ବିଜେଡି ଉପନିର୍ବାଚନରେ ପ୍ରାର୍ଥୀ କରିଥିଲା । ବିଜେପିରୁ ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲ ପ୍ରାର୍ଥୀ ହୋଇଥିଲେ । ଅଳକା ମହାନ୍ତି ଏହି ନିର୍ବାଚନରେ ୬୮ ହଜାରରୁ ଅଧିକ ଭୋଟରେ ଜିତିଥିଲେ । କଂଗ୍ରେସର କିଶୋର ପଟେଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ତିନି ନମ୍ବରକୁ ଖସି ଆସିଥିଲେ ।

୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି, ବିଜେଡି ଓ କଂଗ୍ରେସ ଶିବିର ଚଳଚଞ୍ଚଳ । ବିଜେପିରୁ ରାଧାରାଣୀ ପଣ୍ଡା ପୁଣି ପ୍ରାର୍ଥୀ ହୋଇପାରନ୍ତି । କିନ୍ତୁ ଏହି ଦଳର ସୁଜିତ ସିଂହ, ରାଧେଶ୍ୟାମ ପ୍ରଧାନ, ବିଶ୍ୱଜିତ ଷଡ଼ଙ୍ଗୀ, ରଘୁନ୍ଦନନ ପଣ୍ଡା ଟିକେଟ ରେସରେ ଥିବା ଚର୍ଚ୍ଚା ହେଉଛି । ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇପାରନ୍ତି ବୋଲି ମଧ୍ୟ ଆଲୋଚନା ଜୋର ଧରିଛି । ସେହିପରି କଂଗ୍ରେସରୁ କିଶୋର ପଟେଲ କିମ୍ବା ତାଙ୍କ ପୁଅ ରିତେଶ ପଟେଲ, ବରିଷ୍ଠ କଂଗ୍ରେସ ନେତା ଜୀବନ ସାର୍ଥକ ଦାସ, ବ୍ରଜରାଜନଗର ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ପ୍ରମୋଦ ପଣ୍ଡା, ବେଲପାହାଡ଼ ପୌରପରିଷଦ ଅଧ୍ୟକ୍ଷ ବୁଲୁ ପଣ୍ଡା, ଦେବେଶ ପଣ୍ଡା ପ୍ରମୁଖ ଟିକେଟ ଦୌଡରେ ଅଛନ୍ତି । ବିଜେଡିରୁ ଏଥର ଅଳକା ମହାନ୍ତିକୁ ଟିକେଟ ମିଳିବ ନା କଟିବ ସ୍ପଷ୍ଟ ହୋଇନାହିଁ ।

ଡବଲ ମର୍ଡର ମାମଲାରେ ଅନୁପ ସାଏ ଦୁଇ ବର୍ଷ ହେଲା ଜେଲରେ ଥିଲେ । ଏବେ ସେ ଜାମିନ୍ରେ ଅଛନ୍ତି । ସେ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ପୁଅକୁ ବାଛିଛନ୍ତି । ଚର୍ଚ୍ଚା ହେଉଛି ୨୦୨୪ରେ ସେ ପୁଅଙ୍କୁ ପ୍ରାର୍ଥୀ କରିପାରନ୍ତି । ତେବେ କେଉଁ ଦଳରୁ ପ୍ରାର୍ଥୀ କରିବେ ସ୍ପଷ୍ଟ ହୋଇ ନାହିଁ । ବିଜେଡି କିମ୍ବା କଂଗ୍ରେସକୁ ଯାଇ ଅନୁପ ସାଏ ପୁଅପାଇଁ ଲବି କରିପାରନ୍ତି । ସେହିପରି ବିଜେଡିରୁ ଟିକେଟ ଆଶାୟୀଙ୍କ ମଧ୍ୟରେ ଅଛନ୍ତି ବିଶ୍ୱନାଥ ନାୟକ, ଶମ୍ଭୁ ମହାନ୍ତି, ନବକିଶୋର ଅଗ୍ରୱାଲ, ଜୟନ୍ତ ଦୀକ୍ଷିତ, ସନତ ସିଂହ । ବିଗତ ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭାରୁ କଂଗ୍ରେସ ଟିକେଟରେ ଛିଡ଼ା ହେଇଥିବା ମହେନ୍ଦ୍ର ନାୟକ ତଥା ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ଛାଡ଼ି ବିଜେଡିକୁ ଯାଇଥିବା ତକ୍ରାଳୀନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଙ୍ଗଳ ସାହୁ ମଧ୍ୟ ଟିକେଟ ଅଶାରେ ଅଛନ୍ତି । କେଉଁ ଦଳ କାହାକୁ ଟିକେଟ ମିଳିବ ସମୟ ଆସିଲେ ଜଣାପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା