ପଥର ତଳେ ଚାପି ହୋଇ ଚାଲିଗଲା ୨ ଜୀବନ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ପଥର ବ୍ଲାଷ୍ଟିଙ୍ଗ ବେଳେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଭଳି  ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡା କ୍ରସର ନିକଟରେ । ମୃତ୍ୟୁ ବରଣ କରିଥିବା ୨ ଜଣ ଶ୍ରମିକ ମାମୁ, ଭଣଜା । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଝରେଡି ରାଧା ଗୋବିନ୍ଦପୁର ଗାଁର ନାରାୟଣ ନାହାକ ଓ ମଧୁରଚୁଆ ଗାଁର ବିଷ୍ଣୁ ପ୍ରସାଦ ନାୟକ । ଶୁକ୍ରବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ କ୍ରସର ନିକଟରେ ଥିବା ପଥର କୁଆଁରି ରେ ବ୍ଲାଷ୍ଟିଂ ଚାଲିଥିଲା । ଏହି ସମୟରେ ଉଭୟ ମାମୁ ଭଣଜା ଏକ ବଡ଼ ପଥର ପଛପଟେ ବସି ବ୍ଲାଷ୍ଟିଂ ପରିଚାଳନା କରୁଥିଲେ । ବ୍ଲାଷ୍ଟିଂ ପରେ ଏକ ବିଶାଳ ପଥର ୨ ଜଣଙ୍କ ଉପରେ ଚାପି ହୋଇଯାଇଛି । ଫଳରେ ଘଟଣା ସ୍ଥଳରେ ହିଁ ବିରାଟକାୟ ପଥର ତଳେ ଚାପି ହୋଇ ଖଣ୍ଡ ବିଖଣ୍ଡ ହୋଇ ଉଭୟଙ୍କ ଶରୀର ପଡ଼ି ରହିଛି । ଖବର ପାଇ ବିଳମ୍ବିତ ରାତିରେ ମୋହନା ତହସିଲଦାର, ଥାନା ଅଧିକାରୀ, ପୋଲିସ ଟିମ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି ।  ପାହାଡ଼ ଉପରେ ଏହି ଦୁର୍ଘଟଣା ହୋଇଥିବାରୁ ମୃତ ଦୁଇ ବ୍ୟକ୍ତିଙ୍କ ଶରୀର ଉଦ୍ଧାର କରିବା ପ୍ରଶାସନ ପାଇଁ କଷ୍ଟସାଧ୍ୟ ହୋଇ ପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’