Masthead

କିଏ ହେବ କାହାର, ରହିଛି ସମସ୍ତଙ୍କ ନଜର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଇପିଏଲ୍ ୨୦୨୪ ନିଲାମ ଉପରେ ଏବେ ସମସ୍ତଙ୍କର ନଜର। କିଏ କାହାର ହେବ ତାଙ୍କୁ ନେଇ ସମସ୍ତଙ୍କ ମନରେ ଉତ୍ସାହ। ଆଇପିଏଲ ୨୦୨୪ ପାଇଁ ଆଜି ନିଲାମୀ । ପ୍ରଥମଥର ପାଇଁ ଦୁବାଇରେ ନିଲାମୀ କରିବାର ବ୍ୟବସ୍ଥା କରାଯାଇଛି । ଏଥର ଅନକ୍ୟାପ ଖେଳାଳିଙ୍କ ପାଇଁ ମଧ୍ୟ ଅଧିକ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରିବାକୁ ଯୋଜନା ରଖିଛି ବିସିସିଆଇ । ଆଇପିଏଲର ୧୭ ତମ ସିଜନ ପାଇଁ ପ୍ଲେୟାର ନିଲାମ ପାଇଁ ବିସିସିଆଇ ୩୩୩ ଖେଳାଳିଙ୍କୁ ସର୍ଟଲିଷ୍ଟ କରିଛି। ଏଥର ସର୍ବାଧିକ ୭୭ ଖେଳାଳି ନିଲାମରେ ସାମିଲ ହେବେ। ଏଥିମଧ୍ୟରୁ ୨୧୪ ଜଣ ଭାରତୀୟ ହୋଇଥିବା ବେଳେ ୧୧୯ ଜଣ ବିଦେଶୀ ଖେଳାଳି ରହିବେ।

୪ ଖେଳାଳି ସହଯୋଗୀ ଦଳର। ୧୧୬ ଖେଳାଳିଙ୍କୁ କ୍ୟାପ୍ କରାଯାଇଥିବା ବେଳେ ୨୧୫ ଜଣଙ୍କୁ ଅନ୍‌କ୍ୟାପ୍ କରାଯାଇଛି। ଏହାପୂର୍ବରୁ, ୧୧୬୬ ଖେଳାଳି ନିଲାମ ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ। ଆଇପିଏଲ୍ ନିଲାମ ଡିସେମ୍ବର ୧୯ ଅଥାତ୍ ଆଜି ଦୁବାଇର କୋକାକୋଲା ଏରିନାରେ ଅପରାହ୍ନ ୨ଟା ୩୦ରେ ଆରମ୍ଭ ହେବ। ନିଲାମରେ ସର୍ବାଧିକ ବେସ୍ ପ୍ରାଇସ୍ ହେଉଛି ୨ କୋଟି ଟଙ୍କା। ଏହି ବ୍ରାକେଟ୍‌ରେ ଅଷ୍ଟ୍ରେଲିଆର ବିଶ୍ୱ ଚାମ୍ପିଅନ୍ ଅଧିନାୟକ ପ୍ୟାଟ୍ କମିନ୍ସ ଏବଂ ଟ୍ରାଭିସ୍ ହେଡ୍‌ଙ୍କ ସମେତ ୨୩ ଖେଳାଳି ଅଛନ୍ତି। ଦ୍ୱିତୀୟ ସର୍ବୋଚ୍ଚ ବେସ୍ ପ୍ରାଇସ୍ ହେଉଛି ୧.୫ କୋଟି ଟଙ୍କା ଯେଉଁଥିରେ ୧୩ ଖେଳାଳିଙ୍କ ନାମ ରହିଛି।

ମୋଟ ୩୩୩ ଜଣ ଖେଳାଳି ନିଲାମୀରେ ଅଂଶଗ୍ରହଣ କରିଥିବା ବେଳେ ୧୦ ଫ୍ରାଞ୍ଚାଇଜ ଖେଳାଳି କିଣିବେ । ଏଥିପାଇଁ ୧୧୬୬ ଜଣ ଖେଳାଳୀଙ୍କ ନାଁ ପଞ୍ଜିକରଣ ହୋଇଛି । ସେମାନଙ୍କ ମଧ୍ୟରୁ ୩୩୩ ଜଣଙ୍କୁ ନିଲାମି ପାଇଁ ଚୟନ କରାଯାଇଛି । ନିଲାମୀରେ ୨୧୪ ଭାରତୀୟ ଖେଳାଳ ଓ ୧୧୯ ବିଦେଶୀ ଖେଳାଳି ରହିଛନ୍ତି । ନିଲାମି ତାଲିକାରେ ଇଂଲଣ୍ଡର ହାରି ବ୍ରୋକ ପ୍ରଥମରେ ଥିବା ବେଳେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ ଦ୍ୱିତୀୟରେ ଅଛନ୍ତି । କିନ୍ତୁ ସେମାନଙ୍କର ବେସ୍ ପ୍ରାଇସ୍ ୨ ଲକ୍ଷ ରହିଛି ।

ସେପଟେ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍‌ରେ ୬ଟି ଜାଗା ଖାଲି ଅଛି, ସେଥିମଧ୍ୟରୁ ୩ଟି ବିଦେଶୀ ଖେଳାଳିଙ୍କ ପାଇଁ ରହିଛି। ଦିଲ୍ଲୀ କ୍ୟାପିଟାଲ୍ ପାଇଁ ୯ ଖେଳାଳି ଆବଶ୍ୟକ, ସେଥିମଧ୍ୟରୁ ୪ ଟି ବିଦେଶୀଙ୍କ ପାଇଁ। ଗୁଜୁରାଟ ଟାଇଟନ୍ସ ନିଲାମରେ ୮ ଖେଳାଳିଙ୍କୁ କିଣି ପାରେ ଯେଉଁଥିରୁ ୨ ଜଣ ବିଦେଶୀ ରହିବେ। ସେହିପରି କେକେଆର୍ ପାଖରେ ୧୨ ଖେଳାଳିଙ୍କ ପାଇଁ ଜାଗା ଖାଲି ଥିବାବେଲେ ସେଥିମଧ୍ୟରୁ ୪ ଜଣ ବିଦେଶୀଙ୍କ ପାଇଁ। ଲକ୍ଷ୍ନୌ ସୁପରଜଏଣ୍ଟସ୍ ଟିମ୍ ୨ଜଣ ବିଦେଶୀଙ୍କୁ ମିଶାଇ ୬ ଖେଳାଳି କିଣିବ। ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପାଇଁ ୮ ଖେଳାଳି ଦରକାର। ପଞ୍ଜାବ କିଙ୍ଗ୍ସ, ଆରସିବି, ରାଜସ୍ଥାନ ଏବଂ ହାଇଦ୍ରାବାଦଙ୍କ ପାଇଁ ଯଥାକ୍ରମେ ୮, ୬, ୮ ଓ ୬ ଖେଳାଳି ଆବଶ୍ୟକ।

ଅନ୍ୟପଟେ ଭାରତର ତିନିଜଣ ଖେଳାଳିଙ୍କୁ ଆଇପିଏଲର ଆଗାମୀ ସିଜନ ପାଇଁ ପ୍ଲେୟାର ନିଲାମର ସର୍ବାଧିକ ବେସ୍ ପ୍ରାଇସ୍‌ ସହିତ ବ୍ରାକେଟ୍‌ରେ ସାମିଲ୍ କରାଯାଇଛି। ଏହି ତାଲିକାରେ ଦ୍ରୁତ ବୋଲର ହର୍ଷଲ ପଟେଲ, ଉମେଶ ଯାଦବ ଏବଂ ଅଲ୍‌ରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ନାମ ରହିଛି। ଟ୍ରାଭିସ୍ ହେଡ୍ ବ୍ୟତୀତ ବିଦେଶୀ ଖେଳାଳିଙ୍କ ମଧ୍ୟରେ ପ୍ୟାଟ୍ କମିନ୍ସ, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ଜୋସ୍ ଇଂଗ୍ଲିସ୍, ଜୋସ୍ ହେଜେଲ୍‌ଉଡ୍ ଏବଂ ସୀନ୍ ଆବଟ ମଧ୍ୟ ଏହି ବ୍ରାକେଟ୍‌ରେ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା