‘ଏବେ ସମୟ ‘ଏଆଇ’ର ବିଶ୍ୱ ଦେଖିବ ଶକ୍ତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ)  ଏବେ ଆମେରିକା ଗସ୍ତରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ୟୁଏସ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି । ଅଭିଭାଷଣ ରଖିବା ପୂର୍ବରୁ ସଂସଦରେ ପ୍ରବେଶ କରିବା ସମୟରେ ମୋଦି ନାରାରେ କମ୍ପିଉଠିଥିଲା ହଲ୍ । ସମସ୍ତଙ୍କୁ କରମର୍ଦ୍ଦନ କରି ଅଭିଭାଷଣ ଜଣାଇଥିଲେ ମୋଦି । ମୋଦି କହିଛନ୍ତି ଯେ, ଏବେ ସମୟ ‘ଏଆଇ’ର । ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର । କିନ୍ତୁ ମୁଁ ଅନ୍ୟ ଏକ ଏଆଇ କଥା କହୁଛି । ଅର୍ଥାତ ଆମେରିକା ଓ ଇଣ୍ଡିଆ । କାରଣ ଆମେରିକା ଓ ଭାରତ ଦୁଇଟିଯାକ ଗଣତନ୍ତ୍ର ରାଷ୍ଟ୍ର । ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ ବିଶ୍ୱାସ କରନ୍ତି ।

ଗତ ୭ ବର୍ଷ ମଧ୍ୟରେ ଦୁଇଟି ଦେଶର ସଂପର୍କ ଆହୁରି ନିବିଡ ହୋଇଯାଇଛି । ଋଷ-ୟୁକ୍ରେନ ମଧରେ ଯୁଦ୍ଧ ପ୍ରସଙ୍ଗରେ ମୋଦି କହିଛନ୍ତି ୨୦୨୨ରୁ ଏହି ଯୁଦ୍ଧ ଆରମ୍ଭ ହୋଇଛି । ଏବେ ଏଥିରେ ବିରାମ ଦରାକର ସେଥିପାଇଁ ଏହି ଦୁଇଟି ଦେଶ ଆପୋଷ ଆଲୋଚନା ମଧ୍ୟରେ ଯୁଦ୍ଧ ବନ୍ଦ କରିବା ଦରକାର । ଆତଙ୍କବାଦ ପ୍ରସଙ୍ଗରେ ଅଭିଭାଷର ରଖି ମୋଦି କହିଛନ୍ତି ଯେ ଆତଙ୍କୀ ପ୍ରୋତ୍ସାହନ ଦେଉଥିବା ଶକ୍ତିଙ୍କ ବିରୋଧରେ ମିଳିତଭାବେ ଲଢେଇ ହେବା ଦରକାର । କାରଣ ଆତଙ୍କବାଦ ହେଉଛି ମଣିଷ ସମାଜର ଶତ୍ରୁ । ୟୁଏସ୍ କଂଗ୍ରେସକୁ ସମ୍ବୋଧିତ କରିବା ପୂର୍ବରୁ ହ୍ୱାଇଟହାଉସରେ ଆୟୋଜିତ ହୋଇଥିବା ଷ୍ଟେଟ ଡିନରରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ଆମେରିକାରରେ ବହୁବଡବଡ ପଦବୀରେ ରହିଥିବା ଭାରତୀୟ ବଂଶୋଦ୍ଭବ ଏବଂ ଶିଳ୍ପପତିମାନେ ଏହି ନୌଶ୍ୟ ଭୋଜିରେ ସାମିଲ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ