Masthead

ରେଞ୍ଜରଙ୍କ ଅଜବ ପରାମର୍ଶ ‘ପାଦୁକ ଛିଞ୍ଚ, ସାପ ପଳାଇବ’

ବାଙ୍ଗିରିପୋଷି (ବଡ଼ ଖବର ବ୍ୟୁରୋ): ମଣିଷ ଚନ୍ଦ୍ରରେ ଜାଗା କିଣିଲାଣି, କିନ୍ତୁ ଏବେବି ଲୋକଙ୍କ ମନରେ ରହିଛି ଅନ୍ଧବିଶ୍ୱାସ । ଏପରି ଏକ ଅଜବ ଖବର ଦେଖିବାକୁ ମିଳିଛି ବାଙ୍ଗିରିପୋଷି ଅଞ୍ଚଳରେ । ଏପରି ଅନ୍ଧ ବିଶ୍ୱାସ କୌଣସି ଅପାଠୁଆ କିମ୍ବା ନିରକ୍ଷର ଲୋକଙ୍କ ପାଖରୁ ଶୁଣିବାକୁ ମିଳିନାହିଁ ,ବରଂ ଜଣେ ରେଞ୍ଜରଙ୍କ ମୁହଁରୁ ଶୁଣିବାକୁ ମିଳିଛି । ରେଞ୍ଜର ଜଣଙ୍କ କହୁଛନ୍ତି ସାପକୁ ଘଉଡାଇବାକୁ କିଛି ପରିଶ୍ରମ କରିବାକୁ ପଢିବ ନାହିଁ । ମହାଦେବ ମନ୍ଦିରର ପାଦୁକ କୁଣ୍ଡରୁ ଟିକେ ପାଦୁକ ପାଣି ଆଣି ଘର ଆଖ ପାଖରେ ଛିଞ୍ଚି ଦିଅନ୍ତୁ,ଯେତେ ବିଷାକ୍ତ ସାପ ହୋଇଥିଲେ ମଧ୍ୟ ପଳେଇବ ।

ଜଣେ ବ୍ୟକ୍ତି ନିଜ ଘର ନିକଟରେ ଏକ ବିଷଧର ସାପ ଦେଖି ବନ ଅଧିକାରୀଙ୍କୁ ଫୋନ କରିଥିଲେ । ତେବେ ତାଙ୍କଠୁ ଏପରି ଉତ୍ତର ମିଳିଛି । ଏହି କଥାର ଅଡିଓ କଲ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି । ଯାହାକି ସାଧାରଣ ଜନତାଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ଜନୈକ ପରିବେଶବିତ ଶ୍ରୀ ତାରା ପ୍ରସାଦ ଦାସ ବାଙ୍ଗିରିପୋଷି ସ୍ଥିତ ତାଙ୍କର ଫାର୍ମ ହାଉସରେ ଏକ ବିଷଧର ସାପ ବାହାରିଥିବା ଦେଖି ବାଙ୍ଗିରିପୋଷି ରେଞ୍ଜର ଶ୍ରୀ ଅଜୟ ଦାସଙ୍କୁ ଫୋନ କରିଥିଲେ । ସାପଟିକୁ ଛାଡି ଦେବା ପାଇଁ ଅନୁରୋଧ କରିଥିଲେ । ତେବେ ରେଞ୍ଜର ଜଣଙ୍କ ତାଙ୍କ କଥାକୁ ଏଡାଇ ମନ୍ଦିରରୁ ପାଦୁକା ପାଣି ଆଣି ଘର ଚାରିପାଖେ ଛିଞ୍ଚିବାକୁ ପରାମର୍ଶ ଦେଇଥିଲେ । ବାରମ୍ବାର ସାପ ଧରିବାକୁ ସେ ଅନୁରୋଧ କରୁଥିଲେ । ମାତ୍ର ବନ ଅଧିକାରୀ ପାଦୁକ ପାଣି ଛିଞ୍ଚିବାକୁ ପରାମର୍ଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨