Masthead

୨୨ ବର୍ଷ ବିନା ଦୋଷରେ ଜେଲ

ରାଇଘର (ବଡ଼ ଖବର ବ୍ୟୁରୋ): ୨୨ ବର୍ଷ ବିନା ଦୋଷରେ ଜେଲ ।  ନ୍ୟାୟ ପାଇବା ପାଇବା ପାଇଁ ଲାଗିଗଲା ୨୨ ବର୍ଷ । ପୁଣି ବିନା ଦୋଷରେ । ନବରଙ୍ଗପୁରର ଅର୍ଜୁନ ଜାନି । ୨୨ ବର୍ଷ ପରେ ସୁପ୍ରିମକୋର୍ଟ ଅର୍ଜ୍ଜୁନଙ୍କୁ ନିର୍ଦ୍ଦୋଶ ସାବ୍ୟସ୍ତ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ଅର୍ଜୁନ ଜାନିଙ୍କ ମାମଲାର ନ୍ୟାୟ ବ୍ୟବସ୍ଥାରେ ବିଳମ୍ବକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି । ଏକ ଟ୍ରିପଲ୍ ମର୍ଡର ମାମଲାରେ କେବଳ ସନ୍ଦେହ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବା ଅର୍ଜୁନ ଜାନି ଦୀର୍ଘ ୨୨ ବର୍ଷ ଜେଲରେ ରହିବା ପରେ ଶେଷରେ ସୁପ୍ରିମକୋର୍ଟଙ୍କଠାରୁ ନ୍ୟାୟ ପାଇଛନ୍ତି ।

ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ନିର୍ଦ୍ଦୋଶ ଘୋଷଣା କରି ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିଲେ । କେବଳ ପରିସ୍ଥିତିଜନିତ ପ୍ରମାଣ ଓ ସନ୍ଦେହ ଆଧାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଜେଲରେ ପ୍ରାୟ ୧୨ ବର୍ଷ କାଟିବା ପରେ ଅର୍ଜୁନ ଜାନି ଓଡ଼ିଶା ହାଇକୋର୍ଟରେ ଅପିଲ କରିଥିଲେ । କିନ୍ତୁ ଅପିଲ ଦାଖଲରେ ୩,୫୫୭ ଦିନର ବିଳମ୍ବ ଦର୍ଶାଇ ହାଇକୋର୍ଟ ତାଙ୍କ ପିଟିସନକୁ ଖାରଜ କରିଦେଇଥିଲେ । ପରେ ଅର୍ଜୁନ ଜାନି ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

 

Fearless judges bedrock of judiciary, can't be penalised for error of judgment: Supreme Court | India News - The Times of India

ସେତେବେଳକୁ ସେ ୨୨ ବର୍ଷ ଧରି କାରାଗାରରେ ରହିସାରିଥିଲେ । ଏତେ ଦୀର୍ଘ ସମୟ ଜେଲରେ ରହିବା ପରେ ମଧ୍ୟ ତାଙ୍କ ଅପିଲର ମେରିଟ୍ ଉପରେ ବିଚାର ନକରାଯିବାକୁ ନେଇ ସୁପ୍ରିମକୋର୍ଟ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଚାଲିଥିବାବେଳେ ପ୍ରାୟ ତିନି ମାସ ପୂର୍ବରୁ ଅର୍ଜୁନ ଜାନି ଜାମିନରେ ମୁକ୍ତି ପାଇଥିଲେ । ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ ଘୋଷଣା କରି ଖଲାସ କରିଛନ୍ତି । ମାମଲାର ଶୁଣାଣି ସମୟରେ ଅର୍ଜୁନ ଜାନିଙ୍କର କୌଣସି ନିକଟ ସମ୍ପର୍କୀୟ ନଥିବା, ତାଙ୍କର ସ୍ଥାୟୀ ବାସସ୍ଥାନ ମଧ୍ୟ ନଥିବା ବିଷୟ ସାମ୍ନାକୁ ଆସିଥିଲା ।

ଏହାକୁ ଦୃଷ୍ଟିରେ ରଖି ତାଙ୍କ ପୁନର୍ବାସ ଦିଗରେ ପଦକ୍ଷେପ ନେବା ପାଇଁ ଆଇନ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ପରସ୍ପର ସମନ୍ୱୟ ରକ୍ଷା କରି ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ଆବଶ୍ୟକ ସହଯୋଗ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଦୀର୍ଘ ୨୨ ବର୍ଷ ବିନା ଦୋଷରେ କାରାବାସ ଭୋଗିବା ପରେ ଅର୍ଜୁନ ଜାନିଙ୍କ ପୁନର୍ବାସ, କ୍ଷତିପୂରଣ ଓ ସମ୍ମାନଜନକ ଜୀବନଯାପନ ନେଇ ଏହି ରାୟ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟାନ୍ତ ସୃଷ୍ଟି କରିଛି । ଏହା କେବଳ ଜଣେ ନିର୍ଦ୍ଦୋଶ ବ୍ୟକ୍ତିଙ୍କୁ ନ୍ୟାୟ ଦେଇନାହିଁ ବରଂ ନ୍ୟାୟ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ସାଧାରଣ ଲୋକଙ୍କ ଅଧିକାର କ୍ଷୁର୍ଣ୍ଣ ନ ହେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ