Masthead

ଅର୍ଥ ସାଜିଛି ବାଧକ

ନିମାପଡ଼ା (ବଡ଼ ଖବର ବ୍ୟୁରୋ):ବୃଦ୍ଧ ପିତାମାତାଙ୍କ ଉପରେ ଵୋଝ ପାଲଟିଛି ପୁଅ। ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୫ଵର୍ଷ ହେଲା ରୋଗ ଶଯ୍ୟାରେ ପଡି ରହିଛ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ କୋଟକସଙ୍ଗ ପଞ୍ଚାୟତ ଵେରୁହଁ ଶାସନ ଗ୍ରାମର ଦୃଶ୍ୟ । ସୁଲୋଚନା ସାହୁ ଓ ଅପର୍ତି ସାହୁଙ୍କ ଏକମାତ୍ର ଦିଵ୍ୟାଙ୍ଗ ପୁଅ ହେମନ୍ତ ସାହୁ ।ସରକାର ଦିଵ୍ୟାଙ୍ଗଙ୍କ ପାଇଁ ଵିଭିନ୍ନ ଯୋଜନା କାର୍ୟ୍ୟକାରୀ କରୁଥିବା ବେଳେ ହେମନ୍ତଙ୍କ ପାଇଁ ଏହା ସାତ ସପନ ପାଲଟିଛି । ନିମାପଡା ବ୍ଲକ ଵେରୁହଁ ଶାସନ ଗ୍ରାମର ହେମନ୍ତ ପାଠ ପଢା ଓ ଖେଳକୁଦ ସମୟରେ ଏବେ ଅକ୍ଷମ ହୋଇ ଶଯ୍ୟାଶାୟୀ।

ଅଭାବ ଅନଟନ ମଧ୍ୟରେ ଗତି କରୁଥିବା ଅପର୍ତ୍ତିଙ୍କ ପରିବାର ଭରଣ ପୋଷଣ ପାଇଁ ଅଧାରୁ ପାଠ ଛାଡ଼ି ଅଧିକ ରୋଜଗାର କରିବା ପାଇଁ ବାହାରକୁ ପଳାଇଥିଲେ। ଜଣେ ଠିକାଦାରଙ୍କ ନେତୃତ୍ୱରେ ପୁରୀରେ ମିସ୍ତ୍ରୀଙ୍କ ସହ ଲେବର କାର୍ଯ୍ୟ କରୁଥିଲେ । ଏକ ୩ ମହଲା ଛାତରୁ ତଳକୁ ଖସି ପଡିଥିଲେ। ତଳେ ଥିବା ଏକ ଟିୟୁବଲରେ ତାଙ୍କ ଵେକ ମାଡ ହୋଇ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଗୋଡ ହାତ ମଧ୍ୟ ଭାଙ୍ଗି ଯାଇଥିଲା। ଚିକିତ୍ସା ପାଇଁ ପରିବାର ଲୋକେ ହେମନ୍ତ କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ମାତ୍ର ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେବାରୁ ନିରୁପାୟ ହୋଇ ପୁଅର ଚିକିତ୍ସା ନିମନ୍ତେ ଅପର୍ତ୍ତି ଘରେ ଥିବା ସମସ୍ତ ଅଳଙ୍କାର ବିକ୍ରି କରିଦେଇଥିଲେ । ଜମିବାଡି ମଧ୍ୟ ବିକ୍ରୟ କରି ପୁଅର ଚିକିତ୍ସାରେ ଲଗାଇ ଦେଇଥିଲୋ ଆଉ ଅଧିକ ଅର୍ଥ ଆବଶ୍ୟକ ହେବାରୁ ନିରୁପାୟ ହୋଇ ସେ ପୁଅକୁ ଘରକୁ ଫେରାଇ ଆଣିଥିଲେ। ପୁଅ ଵଞ୍ଚିଗଲା ସତ ମାତ୍ର ଗୋଡ, ହାତ, ଵେକ ଆଉ କିଛି କାମ କଲା ନାହିଁ। ସଂପୂର୍ଣ ଅର୍କମଣ୍ଣ୍ୟ ହୋଇ ୫ବର୍ଷ ହେଲା ଶଯ୍ୟାଶାୟୀ ।

ଯେଉଁ ସମୟରେ ପୁଅ ବାପା ମାଙ୍କ ସେବା କରିବା କଥା ସେହି ସମୟରେ ବାପା ମା ପୁଅ ର ସେବା କରୁଛନ୍ତି। ଅପର୍ତ୍ତୀ ଓ ସୁଲୋଚନାଙ୍କ କହିବା ଅନୁସାରେ ଡାକ୍ତର କହୁଛନ୍ତି ଆଉ ଅଧିକ ଅର୍ଥ ଖର୍ଚ୍ଚ କଲେ ହେମନ୍ତ ସୁସ୍ଥ ହୋଇ ପାରିବ। ମାତ୍ର ଅର୍ଥ ଅଭାବରୁ ସେ ହେମନ୍ତକୁ ମେଡିକାଲ ନେଇ ପାରୁନାହାନ୍ତି। ଏପରିକି ପ୍ରତି ମାସରେ ୫ରୁ୬ହଜାର ଟଙ୍କା ଔଷଧ ତାକୁ ଯୋଗେଇ ପାରିନାହାନ୍ତି । ଏପରିକି ସ୍ଥାନୀୟ ବିଧାୟକଙ୍କ ଠାରୁ ବିଡିଓ, ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ନିରୁପାୟ ହୋଇ ପୁଅର ଚିକିତ୍ସା ନିମନ୍ତେ ଭଗବାନଙ୍କ ଆର୍ଶିବାଦକୁ ଚାହିଁ ବସିଛନ୍ତି । ଯଦି ସରକାରୀ କି ଵେସରକାରୀ ସାହାଯ୍ୟ ମିଳିବ କିମ୍ବା କୌଣସି ସହୃଦୟ ବ୍ୟକ୍ତି କିଛି ଅର୍ଥ ସହାୟତା ପ୍ରଦାନ କରିଵେ ତେବେ ତାଙ୍କ ପୁଅ ଭଲ ହୋଇ ପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼