ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ) : ଧର୍ମଗୁରୁ ଗୁରୁମିତ ରାମ ରହିମଙ୍କୁ ପୁଣି ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି । ଡେରା ମ୍ୟାନଜେର ରଣଜିତ ସିଂହ ତହ୍ୟା ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ ସ୍ପେଶାଲ କୋର୍ଟ । ରାମ ରହିମଙ୍କ ବ୍ୟତିତ ତାଙ୍କ ଅନ୍ୟ ୪ଜଣ ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡିତ କରିଛନ୍ତି କୋର୍ଟ । ଖାଲି ଏତିକି ନୁହେଁ ତାଙ୍କୁ ଜରିମାନା ବାବଦକୁ ୩୧ ଲକ୍ଷ ଟଙ୍କା ଦେବାକୁ ପଡିବ । ରହିମଙ୍କ ସହଯୋଗୀଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡିବ ।
ତେବେ ୨୦୦୨ ପୂର୍ବତନ ଡେରା ପ୍ରବନ୍ଧକ ରଞ୍ଜିତ ସିଂହଙ୍କ ହତ୍ୟା ମାମଲାରେ ଅକ୍ଟୋବର ୮ରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଆଜି ଦୀର୍ଘ ୧୯ ବର୍ଷ ପରେ ଏହି ମାଲଲାରେ ଆଜି କୋର୍ଟ ନିଜର ରାୟ ଶୁଣାଇଛନ୍ତି । ୨୦୦୨ରେ ଘଟିଥିବା ଘଟଣାରେ ଅକ୍ଟୋବର ୮ରେ ଗୁରମିତଙ୍କ ସମେତ ୫ ଜଣଙ୍କୁ ଆଇପିସି ଧାରା ୩୨୦,୧୨୦ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।
ସୂଚନା ଅନୁସାରେ ରାମ ରହିମ ଏବେ ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଅଛନ୍ତି । ୨୦୧୭ ଅଗଷ୍ଟ ୨୫ରେ ପଞ୍ଜକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ବଳାତ୍କାର ମାମଲାରେ ଦୋଷୀ ସବ୍ୟସ୍ତ କରିଥିଲା । ଏହା ସହ ତାଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ୨୦୧୯ ଜାନୁଆରୀ ୭ରେ ତାଙ୍କୁ ସିବିଆଇ କୋର୍ଟ ସିରସା ଭିତ୍ତିକ ସାମ୍ବାଦିକ ରାମ ଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।