Masthead

ଇତିହାସ ରଚିଲେ କ୍ୟାମ୍ଫର

(ବଡ଼ ଖବର ବ୍ୟୁରୋ):  ଟି -୨୦ ବିଶ୍ୱକପରେ ଇତିହାସ ରଚିଛନ୍ତି ଆୟର୍ଲ୍ୟାଣ୍ଡ ପେସ ବୋଲର କର୍ଟିସ କ୍ୟାମ୍ଫର । ସୋମବାର ନେଦରଲ୍ୟାଣ୍ଡ ବିପକ୍ଷ ମୁକାବିଲାରେ ସେ ଚାରି ବଲରେ ୪ ୱିକେଟ୍ ନେଇ ଇତିହାସ ରଚିଛନ୍ତି । ତେବେ କର୍ଟିସ ଇନିଂସର ୧୦ମ ଓଭରରେ ଏହି କମାଲ କରିଛନ୍ତି । ସେ ଦ୍ୱିତୀୟରୁ ପଞ୍ଚମ ବଲରେ କଲିନ ଆକରମ୍ୟାନ, ରିୟାନ ଟେନ ଡୋଇଶେ, ସ୍କଟ ଏଡୱାର୍ଡ୍ସଙ୍କୁ ଆଉଟ କରିଛନ୍ତି ।

ଏହା ସହ ଅର୍ନ୍ତଜାତୀୟ ଟି-୨୦ କ୍ରିକଟରେ ଲଗାତାର ୪ଟି ୱିକେଟ ନେବାରେ ସେ ଦୁନିଆର ତୃତୀୟ ବୋଲର ଭାବେ ଏବେ ପରିଚିତ ହୋଇଛନ୍ତି । ତେବେ କର୍ଟିସ କ୍ୟାମ୍ପରଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାର ଜୋହାନିସବର୍ଗରେ ହୋଇଥିଲା । ସେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଣ୍ଡର-୧୯ କ୍ରିକେଟ ଖେଳିଥିଲେ । ୨୨ ବର୍ଷୀୟ ଏହି ବୋଲର ଆୟର୍ଲ୍ୟାଣ୍ଡ ପକ୍ଷରୁ ଖେଳିବା ପାଇଁ ନିଷ୍ପତି ନେଇଥିଲେ । କ୍ୟାରିୟରର ପଞ୍ଚମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳୁଥିବା କ୍ୟାମ୍ଫର ଏହା ପୂର୍ବ ରୁ ପ୍ରଥମ ତିନୋଟି ମ୍ୟାଚରେ ଗୋଟିଏ ବି ୱିକେଟ ନେଇନଥିଲେ ।

ସେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୪୦ ରନ କରିଛନ୍ତି । ଦେଖିବାକୁ ଗଲେ ଆଜି ମ୍ୟାଚରେ କର୍ଟିସ ୪ ଓଭରରେ ୨୬ ରନ ଦେଇ ୪ଟି ୱିକେଟ ନେଇଛନ୍ତି । ତାଙ୍କର ଏହି ଦମଦାର ପ୍ରଦର୍ଶନ ବଳରେ ସେ ଆୟର୍ଲ୍ୟାଣ୍ଡ ନେଦରଲ୍ୟାଣ୍ଡକୁ ୧୦୬ ରନରେ ଅଲାଆଉଟ୍ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ