Masthead

ଆଜି ମହିଳା ହକି ଟିମର ସେମିଫାଇନାଲ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବୁଧବାର ଭାରତ-ଆର୍ଜେଣ୍ଟିନା ମହିଳା ସେମିଫାଇନାଲ୍ । କ୍ବାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିଥିଲା ଭାରତ । ପ୍ରଥମ ଥର ଅଲିମ୍ପିକ୍ସର ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ ଭାରତୀୟ ମହିଳା ହକି ଦଳ। ବୁଧବାର ଅପରାହ୍ନ ୩ଟା ୩୦ରେ ଏହି ମହାମୁକାବିଲାରେ ଆର୍ଜେଣ୍ଟିନାକୁ ଭେଟିବ ଭାରତ ।

 ପୂର୍ବରୁ ଭାରତୀୟ ମହିଳା ହକି ଦଳ ୧୯୮୦ ମସିହାରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳି ଚତୁର୍ଥ ସ୍ଥାନରେ ରହିଥିଲା। ଏଥର ସେହି ପ୍ରଦର୍ଶନ ଆଗକୁ ବଢ଼ି ପ୍ରଥମ ଥର ପଦକ ଜିତିବ ବୋଲି ସାରା ଭାରତବାସୀ ଶୁଭ ମନାସିଛନ୍ତି। ଏହି ପ୍ରତୀକ୍ଷିତ ମ୍ୟାଚ୍ ପୂର୍ବରୁ କିନ୍ତୁ ଭାରତୀୟ ମହିଳା ହକି ଦଳକୁ ମଙ୍ଗଳବାର ଆଉ ଏକ ଖୁସି ଖବର ମିଳିଛି। ଚଳିତ ଟୋକିଓ ଅଲିମ୍ପିକ୍ସ ପ୍ରଦର୍ଶନ ବଳରେ ଦଳ ବିଶ୍ବ ମାନ୍ୟତାର ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି।

ଏହା ମଧ୍ୟ ଭାରତୀୟ ମହିଳା ହକି ଦଳର ସର୍ବଶ୍ରେଷ୍ଠ ବିଶ୍ବ ମାନ୍ୟତା। ତେବେ ପ୍ରତିପକ୍ଷ ଆର୍ଜେଣ୍ଟିନା ହେଉଛି ବିଶ୍ବର ଦୁଇ ନମ୍ବର ଦଳ। ପାଞ୍ଚ ବର୍ଷ ପୂର୍ବେ ରିଓ ଅଲିମ୍ପିକ୍ସର କ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେଇଥିବା ଆର୍ଜେଣ୍ଟିନା ମହିଳା ହକି ଦଳ ବି ଏଥର ଆଉ ଏକ ପଦକ ଜିତିବ ବୋଲି ଆଶା ଅଛି। ପୂର୍ବରୁ ଆର୍ଜେଣ୍ଟିନା ୨୦୦୦ ମସିହା ସିଡ୍‌ନି ଅଲିମ୍ପିକ୍ସ ଓ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା। ଏହି ଦଳ ଏପର୍ଯ୍ୟନ୍ତ ସ୍ବର୍ଣ୍ଣ ପଦକ ଜିତିନି। ଏଣୁ ଏଥର ଆର୍ଜେଣ୍ଟିନା ସ୍ବର୍ଣ୍ଣ ଜିତିବା ଲକ୍ଷ୍ୟରେ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ