Masthead

କାଲିଠୁ ହେବ ନାଟମଣ୍ଡପ ମରାମତି, ୧୨୦ ଦିନରେ କାମ ସାରିବ ଏଏସଆଇ

କଟକ(ବଡ଼ ଖବର ବ୍ୟୁରୋ): ନାଟମଣ୍ଡପ, ଜଗମୋହନ ମରାମତିକୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ । ଗୁରୁବାରଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି କାମ । ଏଏସଆଇକୁ ନିଦେ୍ର୍ଦଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ । ମରାମତି ପାଇଁ ସମସ୍ତ ସହଯୋଗ ଯୋଗାଇବ ଶ୍ରୀମନ୍ଦିର ପ୍ରଶାସନ । ମରାମତି କାମର ଅନୁଧ୍ୟାନ କରିବେ ଆମିକସ୍ କ୍ୟୁରି । ମରାମତି କାମ ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ହାଇକୋର୍ଟଙ୍କୁ ରିପୋର୍ଟ ଦେବେ ଆମିକସ୍ କ୍ୟୁରି । ଡିସେମ୍ବର ୪ରେ ପରବର୍ତ୍ତି ଶୁଣାଣି । ଦୀର୍ଘ ଦିନ ଧରି କେସ୍ ରହିଥିବା ବେଳେ ଆଜି ଶୁଣାଣି ବେଳେ ବିରକ୍ତ ପ୍ରକାଶ କରିଥିଲେ କୋର୍ଟ । ଗୁରୁବାରଠୁ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦିନକୁ ୬ ଘଣ୍ଟା ଲେଖାଏଁ କାମ ୧୨୦ ଦିନରେ କାମ ସାରିବା ନେଇ ଏଏସଆଇ ଦାଖଲ କରିଥିବା ଆଫିଡେଭିଡରେ ଦର୍ଶାଇଛି । ଜାନୁଆରୀ ୨୪ରୁ ନାଟମଣ୍ଡପର କାମ ଆରମ୍ଭ କରିବା ନେଇ ଏଏସଆଇ ଦାଖଲ କରିଥିବା ଅଫିଡେଭିଡରେ ଦର୍ଶାଇଥିଲା । କାର୍ତ୍ତିକ ମାସ ଏବଂ ଶ୍ରୀମନ୍ଦିର ଚାରିପଟେ ପ୍ରକଳ୍ପ କାମ ଚାଲିଥିବାରୁ ନାଟମଣ୍ଡପ କାମରେ ବାଧା ସୃଷ୍ଟି ହେବା ଦର୍ଶାଇ ଜାନୁଆରୀ ୨୪ରୁ କାମ ଆରମ୍ଭ କରିବାକୁ କହିଥିଲା ଏଏସଆଇ । କିନ୍ତୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି ନଭେମ୍ବର ୧୬ତାରିଖରୁ ହିଁ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ