Masthead

ଜାଲ ପ୍ରମାଣପତ୍ରରେ ୨୪ ବର୍ଷ ଚାକିରି

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଜାଲ ପ୍ରମାଣପତ୍ର ଦେଇ ଦୀର୍ଘ ୨୪ ବର୍ଷ ଚାକିରି । ବେସରକାରୀ ସଂସ୍ଥାରେ ନୁହେଁ ସରକାରୀ ସଂସ୍ଥାରେ ଜାଲ ପ୍ରମାଣପତ୍ର ଦେଇ ଜଣେ ମହିଳା ଦୀର୍ଘ ବର୍ଷ ଚାକିରି କରିବା ସମସ୍ତଙ୍କୁ ଚକିତ କରିଛି । ନିଯୁକ୍ତି ଦେଇଥିବା ସରକାରୀ ବାବୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଚାକିରି କରିଥିବା ମହିଳାଙ୍କୁ ଦୋଷୀ ସଜାଇବା ପ୍ରଶାସନର ପାରିବାପଣିଆକୁ ପଦାରେ ପକାଦେଇଛି ।

ଏସସିବିସିରୁ ଆଦିବାସୀ ହୋଇ କରୁଥିଲେ ଚାକିରି। ଦୀର୍ଘ ୨୪ ବର୍ଷ ପରେ ଏହି ବରିଷ୍ଠ କିରାଣୀଙ୍କୁ ବହିଷ୍କୃତ କଲେ ଜିଲ୍ଲାପାଳ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ । ଜିଲ୍ଲା କଲ୍ୟାଣ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା ଜଣେ ଏସସିବିସି ବର୍ଗର ମହିଳା । କିନ୍ତୁ ସେ ଜଣେ ଆଦିବାସୀ ବ୍ୟକ୍ତିଙ୍କୁ ବାହା ହୋଇଥିବାରୁ କଳାହାଣ୍ଡି ଜିଲ୍ଲାର ଜୁନାଗଡ ତହସିଲରୁ ସେ ନିଜର ବି ଆଦିବାସୀ ପ୍ରମାଣ ପତ୍ର ହାସଲ କରିପାରିଥିଲେ। ଶେଷରେ ସେ ମାଲକାନଗିରି ଜିଲ୍ଲାରେ ଆଦିବାସୀ ପ୍ରମାଣ ପତ୍ର ଦେଖାଇ କିରାଣୀ ଭାବେ ନିଯୁକ୍ତି ପାଇଯାଇଥିଲେ।

୨୪ ବର୍ଷ ଧରି ସେ କନିଷ୍ଠ କିରାଣୀରୁ ଏବେ ବରିଷ୍ଠ କିରାଣୀ ରୂପେ ପଦୋନ୍ନତି ପାଇଥିଲେ । ତେବେ ସେ ଜାଲିଆତି କରି ଆଦିବାସୀ ପ୍ରମାଣ ପତ୍ର ହାସଲ କରିଥିବା ଆରଡିସିଙ୍କ ନିକଟରେ ଅଭିଯୋଗ କରାଯିବା ପରେ, ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ଖୋଳତାଡ ଆରମ୍ଭ ହୋଇଥିଲା। ପରେ ଏହା ସତ୍ୟ ପ୍ରମାଣିତ ହେବା ପରେ ମାଲକାନଗିରି ଜିଲ୍ଲାପାଳ, ତାଙ୍କୁ ତୁରନ୍ତ ବହିଷ୍କୃତ କରିବା ସହ ଚାକିରି କାଳରେ ସେ ନେଇଥିବା ସମସ୍ତ ଟଙ୍କାକୁ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ତତ୍କାଳୀନ ଜୁନାଗଡ ତହିସିଲଦାର କେଉଁ ଆଧାରରେ ଆଦିବାସୀ ପ୍ରମାଣ ପତ୍ର ପ୍ରଦାନ କଲେ, ସେନେଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି।

ତେବେ ଦୀର୍ଘ ବର୍ଷ ଧରି ସେ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀପ୍ରିୟା ବେହେରାଙ୍କ ପରି ଆଦିବାସୀ ପ୍ରମାଣ ପତ୍ର ନେଇ ବହୁ ଲୋକ ଚାକିରି କରୁଥିଲେ ମଧ୍ୟ ଏଯାବତ୍ ଧରାପଡି ନାହାନ୍ତି। ଏପରିକି ଫର୍ଜି ଶିକ୍ଷାଗତ ପ୍ରମାଣ ପତ୍ର ନେଇ ମଧ୍ୟ ଜିଲ୍ଲାରେ ବହୁ ବିଭାଗରେ ମହିଳା ଓ ପୁରୁଷ କାମ କରୁଛନ୍ତି। ଯାହାର ଖବର ପ୍ରଶାସନ ନିକଟରେ ନାହିଁ। ଏହାର ଖୋଳତାଡ କରାଗଲେ ହୁଏତ ଆହୁରି ଫର୍ଜି ଚାକିରିଆ ଧରାପଡିବେ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି