Masthead

ସହାୟତା ଅପେକ୍ଷାରେ ଶିବଶଙ୍କର

ପାରାଦ୍ୱୀପ (ବଡ଼ ଖବର ବ୍ୟୁରୋ): ପାରାଦ୍ୱୀପ ଅଠରବାଙ୍କି ଗୋପିନାଥ କଲୋନୀରେ ବାସ କରନ୍ତି ଶିବଶଙ୍କର ନାୟକ । ପରିବାର କହିଲେ ପତ୍ନୀ ଓ ଦୁଇ ପୁଅ ଝିଅ । ଅଭାବ ଅନଟନରେ ଚଳୁଛନ୍ତି ଶିବଶଙ୍କରଙ୍କ ପରିବାର । ସେପଟେ ଅଜଣା ରୋଗରେ ପୀଡ଼ିତ ପୁଅ ଝିଅ । ଜନ୍ମର ୩ବର୍ଷ ପରଠୁ ଅଜଣା ରୋଗରେ ପୀଡ଼ିତ ହୋଇଛନ୍ତି ଶିବଶଙ୍କରଙ୍କ ପୁଅ ଝିଅ । ରୋଗ ସମ୍ପର୍କରେ ଡାକ୍ତରୀ ପରାମର୍ଶ ନେଇଥିଲେ ବାପା ।

ଡାକ୍ତର ଚିକିତ୍ସା ପାଇଁ ଆମେରିକା ନେବା ପାଇଁ ପରାମର୍ଶ ଦେଇଥିଲେ । ଶିବଶଙ୍କର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରିସାରିବାପରେ ଏବେ ଅସହାୟ ହୋଇପଡିଛନ୍ତି । ପୁଅ ଝିଅ ଶେଯରୁ ଉଠିବା ପାଇଁ ଅକ୍ଷମ ହୋଇଥିଲେ ମଧ୍ୟ ଭଲ ପାଠ ପଢୁଛନ୍ତି । ଏବେ  ସରକାରୀ ସହାୟତା ଲୋଡିଛନ୍ତ ବାପା ଶିବଶଙ୍କର ଓ ମା ନିରୁପମା । ଝିଅ ମାମୁନି ଏବଂ ପୁଅ ସାନୁ ମଧ୍ୟ ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ